Weather Update
ବଢ଼ୁଛି ଗ୍ରୀଷ୍ମ ପ୍ରଭାବ । ଏହାର ପ୍ରଭାବରେ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା । ଆସନ୍ତା ତିନି ଚାରି ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏହି ସମୟରେ କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଥିବା ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଫଳରେ କାଳବୈଶାଖୀ ପ୍ରଭାବରେ ଆଜି ଭୋର ସମୟରେ ଉପକୂଳରେ କାଉଁଳିଆ ପାଗ ସମେତ କିଛି ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଛି ।
ଉପକୂଳରେ କାଉଁ ଳିଆ ପାଗ ସମେତ କିଛି ଅଞ୍ଚଳରେ ଝିପି ଝିପି ବର୍ଷା pic.twitter.com/y2LpZscaRl
— Meteorological Centre, Bhubaneswar (@mcbbsr) May 22, 2022
ଗତକାଲି ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ସୋନପୁରରେ ପାରଦ ୪୪.୨ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ହୀରାକୁଦ ଏବଂ ଝାରସୁଗୁଡାରେ ୪୪ ଡିଗ୍ରୀ , ବରଗଡ ୪୩.୫ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି ।
ଗତକାଲି ରାଜ୍ୟର ୫ଟି ସହରର ତାପମାତ୍ରା ୪୩ ଉପରେ ରହିଥିବା ବେଳେ ୧୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)