/odishatv-khabar/media/post_attachments/uploadimage/library/16_9/16_9_0/thunderst_1627292433.jpg)
thunderst
ରେଢାଖୋଲ ଉପଖଣ୍ଡରେ କାଳ ବୈଶାଖୀର ତାଣ୍ଡବ । ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି । ନାକଟିଦେଉଳ ବ୍ଲକର ଖୋଲଗଡ ଗାଁରେ ପବନରେ ଆଜବେଷ୍ଟ, ଟାଇଲ, ଛଣ ଘର ଉଡିଯାଇଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ରେଢାଖୋଲ ଏନ୍ଏସିର ୩ ନମ୍ବର ଓ୍ୱାର୍ଡ ପୁରୁଣା ହାଟପଦାରେ ୧୦ଟି ଆଜବେଷ୍ଟ ଘର ଭାଙ୍ଗିଯାଇଛି । ରାତିସାରା ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭାଲିଆକଟା ପଚାଂୟତର ଛେଳିଖାଇ ଗାଁରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଗଛପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବାହୀନୀ , ବିଦ୍ୟୁତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମରେ ଲାଗିଛନ୍ତି । ସେପଟେ ତହସିଲ କର୍ମଚାରୀ କ୍ଷୟକ୍ଷତି ଆକଳନ କରି ସହୟତା ଯୋଗାଇବ ବୋଲି କହିଛି ।
ଅନ୍ୟପଟେ ଆଣ୍ଡାମାନ ଛୁଇଁଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ସ୍ୱାଭାବିକ ସମୟ ପୂର୍ବରୁ କେରଳ ଉପକୂଳରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବାନୁମାନ କରିଛି ।
ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ଜୁନ୍ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ହେଲେ ଏଥର ପାଗ ଅନୁକୂଳ ଥିବାରୁ ଆଗୁଆ ଆସିବ ବୋଲି ଅନୁମାନ କରାଯାଉଛି।
ସେହିପରି ଆନ୍ଧ୍ରର ରୟାସଲୀମାରେ ଜୁନ୍ ୧ ଓ ଓଡ଼ିଶାରେ ଏହାର ୧ ସପ୍ତାହରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛିଦିନ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅସାନି ବାତ୍ୟା ଯୋଗୁ ମୌସୁମୀ ବାୟୁ ଆସିବା ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)