/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653807289.jpg)
Monsoon Hits Kerala Coast
କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି କେରଳ ଉପକୂଳ ଛୁଇଁଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟର ଦୁଇ ଦିନ ବିଳମ୍ବରେ କେରଳ ଉପକୂଳରେ ପହଞ୍ଚିଛି ମୌସୁମୀ। ତେବେ ସପ୍ତାହକ ପରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଉଛି।
Advertisment
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ନିର୍ଦ୍ଧାରିତ ତାରିଖ ୧ ଜୁନ, ଠାରୁ ୩ ଦିନ ଆଗରୁ (ଆଜି, ୨୯ ମଇ ୨୦୨୨) କେରଳ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ pic.twitter.com/FFWXt276IJ
— Meteorological Centre, Bhubaneswar (@mcbbsr) May 29, 2022
ମୌସୁମୀ ପ୍ରଭାବରେ ଦକ୍ଷିଣ କେରଳରେ ବର୍ଷା ଆରମ୍ଭ ହୋଇଛି। ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)