• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ତାତିରୁ ମିଳିଲା ତ୍ରାହି । ଗତକାଲି ପ୍ରବଳ ଖରା ହୋଇଥିବାବେଳେ ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର ଭଳି ଏକାଧିକ ସହରରେ ବର୍ଷା ହେଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା ହେଉଛି । ଏହିପରି ପାଗ ଆଉ କିଛି ଘଣ୍ଟା ଯାଏଁ ରହିବ । ଫଳରେ ଖରା ଦାଉରୁ କିଛିଟା ତ୍ରାହି ମିଳିପାରିବ । ଗତକାଲି ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସେଠାରେ ପାରଦ ୪୪.୨ ଡିଗ୍ରୀ ସେଲସିୟସ ରହିଥିଲା ।

ସେହିପରି ଗତ କିଛି ଦିନ ହେବ ରାଜ୍ୟରେ ଗ୍ରାଷ୍ମ ପ୍ରଭାବ ଦେଖିବାକୁ ମିଳିଥିଲା । ଗତକାଲି ରାଜ୍ୟର ୫ଟି ସହରର ତାପମାତ୍ରା ୪୩ ଉପରେ ରହିଥିବା ବେଳେ ୧୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସେହିପରି ହୀରାକୁଦ ଏବଂ ଝାରସୁଗୁଡାରେ ୪୪ ଡିଗ୍ରୀ , ବରଗଡ ୪୩.୫ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now