• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀଙ୍କ ପାଇଁ ଭଲ ଖବର । ଚଳିତ ବର୍ଷ ଭଲ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଆଇଏଡିର ଭବିଷ୍ୟବାଣୀ ଅନୁସାରେ ଚଳିତ ବର୍ଷ ଅଧିକ ଓ ଭଲା ବଷା ହେବ । ତେବେ ଏଥର ହାରାହାରି ବୃଷ୍ଟିପାତ ୧୦୩ ପ୍ରତିଶତ ରହିବାର ସମ୍ଭାବନା ରହିଛି ।

ଏପ୍ରିଲରେ ଆଇଏଡି ଦେଇଥିବା ସୂଚନା ଅନୁସାରେ ଦେଶରେ ସାଧାରଣ ବୃଷ୍ଟିପାତ ହେବ । ଏହା ସହିତ ଦେଶରେ ଚଳିତ ବର୍ଷ ୮୯.୬ ସେମି ପର୍ଯ୍ୟନ୍ତ ମୌସୁମୀ ବର୍ଷା ରେକର୍ଡ ହୋଇପାରେ । ଗୋଟିଏପଟରେ ଦେଶର ଅଧିକାଂଶ ସ୍ଥାନରେ ସାଧାରଣ ଅପେକ୍ଷା ଅଧିକ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟପକ୍ଷରେ ଉତ୍ତର-ପୂର୍ବ, ପୂର୍ବ, ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସାଧାରଣ ଠାରୁ କମ୍‌ ବୃଷ୍ଟିପାତ ସମ୍ଭାବନା ରହିଛି ।

ବର୍ତ୍ତମାନ ଦକ୍ଷିଣ ଭାରତରେ ମୌସୁମୀର ପ୍ରଭାବ ଥିବାବେଳେ ଏହାର ବେଗରେ ସାମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଲାକ୍ଷ୍ମୀଦୀପ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ କେରଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ଆଇଏମଡି ବୁଲେଟିନରେ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଆଚ୍ଛାଦନ କରିଛି । ଏହା କର୍ଣ୍ଣାଟକ ଏବଂ ତାମିଲନାଡୁର କିଛି ଅଂଶ ଏବଂ ଦକ୍ଷିଣ-ପଶ୍ଚିମର ଅନେକ ଅଞ୍ଚଳ ଆଡ଼କୁ ଅଗ୍ରଗତି କରିସାରିଛି । ଆରବ ସାଗରରୁ ଆସୁଥିବା ମୌସୁମୀ ପବନର ପ୍ରଭାବ ହେତୁ କେରଳର ଲକ୍ଷ୍ମୀଦ୍ୱୀପରୁ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି ।

ସେପଟେ ମେ ୨୯ରେ କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି କେରଳ ଉପକୂଳ ଛୁଇଁଛି । ତେବେ ସପ୍ତାହକ ପରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଉଛି ।