• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଶାରେ ଆହୁରି ବଢ଼ିବ ତାତି । ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ବୃଦ୍ଧି ହେବା ସହ ଗୁଳୁଗୁଳି ସହ ତାତି ବଢିବାର ସମ୍ଭାବନା ରହିଛି । ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଥିବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ ରହିଥିବା ଜଣାପଡିଛି ।

ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଅନୁଭୂତି ହେଉଥିବାବେଳେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇରୁ ତିନି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତିରୁ ତ୍ରାହି ମିଳିଥିଲା ହେଲେ ଆଗାମୀ ଦିନରେ ତାତିରେ ଆଉଟୁପାଉଟୁ ହେବ ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି । ସେହିପରି ତତଲାଗଡ଼ କୁହାଯାଉଥିବା ଟିଟିଲାଗଡରେ ଅସହ୍ୟ ତାତି ଫଳରେ ଲୋକଙ୍କ ଘରୁ ବାହାରିବା ମୁସକିଲ୍ ହୋଇପଡୁଛି । କେବଳ ଗ୍ରୀଷ୍ମ ପ୍ରଭାବର ତାତି ନୁହେଁ ଏହାସହ ବିଜୁଳି କାଟ୍ ଓ ପାନୀୟ ଜଳ ସମସ୍ୟା କାରଣରୁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଅନ୍ୟପଟେ ଆଗାମୀ ଦିନରେ ଦିନ ତାପମାତ୍ରା ବୃଦ୍ଧି ହେବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାର ଜଣାପଡିଛି ।