• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଜ୍ୟରେ ଆସନ୍ତା ଦୁଇ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା। ଆଜି ଏବଂ ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଏଥିପାଇଁ ଆଜି ସକାଳ ଯାଏଁ ୬ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିଲା।

ସେହିଭଳି ୧୩ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ, ଅରେଞ୍ଜ ଓ୍ୱାର୍ଣ୍ଣିଂ। ଜାରି ହୋଇଥିବା ଜିଲ୍ଲା ମଧ୍ୟରେ ଅଛି- ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା।

ଏହି ୬ଟି ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ରହିଛି। ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ୧୩ ଜିଲ୍ଲାରେ ୩୦ରୁ ୪୦ କିମି ପବନ ଓ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରାଯାଇଛି।... 

OTV is now on Whatsapp

Join and get latest news update delivered to you via whatsapp

Join Now