/odishatv-khabar/media/post_attachments/uploadimage/library/16_9/16_9_0/heat_wave__1654752664.jpg)
heat wave
ପଶ୍ଚିମରେ ପ୍ରବଳ ତାତି, ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ପାଇଁ ପଶ୍ଚିମ ଓଡିଶାର ୮ଟି ଜିଲ୍ଲା ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଯଥା ସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ଗତକାଲି ଉତ୍ତର-ପଶ୍ଚିମ/ ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିଲା । ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡିଶାରେ ଆଗାମୀ ୨ରୁ ୩ ପର୍ଯ୍ୟନ୍ତ ରହିବ । ଅନ୍ୟପଟେ ଉପକୂଳ ଓଡ଼ିଶାରେ ବି ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି ।
ସେପଟେ ତତଲାଗଡ଼ ଟିଟିଲାଗଡ଼ରେ କଲବଲ କରୁଛି ତାତି । ୪୫ ଡିଗ୍ରୀ ଉପରେ ରହୁଛି ସହରର ତାପମାତ୍ରା । ଦିନ ୧୦ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଗତକାଲି ଏଠି ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି- ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)