Monsoon Update 2022
ଆହୁରି ୨ରୁ ୩ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ମୌସୁମୀ । କେରଳରେ ପହଞ୍ଚିବାକୁ ଥିବା ମୌସୁମୀ ଆହୁରୀ ୨ରୁ ୩ ଦିନ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଏବେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଛୁଇଁ ସାରିଥିବାବେଳେ ମୌସୁମୀ ଆସିବାକୁ ପରିସ୍ଥିତି ସୁହାଉଛି । ତେଣୁ ଆସନ୍ତା ୨୯ କିମ୍ବା ୩୦ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । କେରଳ ଛୁଇଁଲା ପରେ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରିହେବ ବୋଲି ଓଟିଭିକୁ IMD ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି ।
Hence, conditions are becoming favorable for monsoon onset over Kerala during next 2-3 days. Further conditions are also favourable for advance of Southwest Monsoon into some more parts of Arabian Sea and Lakshadweep area during the same period.
— India Meteorological Department (@Indiametdept) May 27, 2022
ଅନ୍ୟପକ୍ଷେ, ଓଡ଼ିଶାରେ ଆହୁରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଥିବାବେଳେ ତାତି ବଢିବା ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)