• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଥର ରଜରେ ବି ଭିଜିବନି ଓଡ଼ିଶା । ମୌସୁମୀ ବିଳମ୍ବିତ ହେଉଥିବାରୁ ଏଥର ରଜ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ନପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଆର.କେ. ଜେନାମଣି କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ତେବେ ଆଗାମୀ ୫ ଦିନ ପଯର୍ୟନ୍ତ ଓଡ଼ିଶାକୁ ମୌସୁମୀ ଛୁଇଁନପାରେ । ୧୨ ଓ ୧୩ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ନାହିଁ । ରଜରେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନି । ଓଡ଼ିଶାରେ ରଜରେ ବର୍ଷା ହେବ କି ନାହିଁ ତାହା ୧୧ ସୁଦ୍ଧା ଜଣାପଡ଼ିବ ।

ସେହିପରି ପ୍ରବଳ ତାତି ପାଇଁ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଯଥା ସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।