• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି ହୋଇଛି ।

ଆଜିଠୁ ଆସନ୍ତା ୩ ଦିନ ଯାଏ ବର୍ଷା ହୋଇପାରେ । ସେହିପରି ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ କେରଳ ଉପକୂଳରେ ମୌସୁମୀ ଛୁଇଁପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି ।

ତେବେ ଅସହ୍ୟ ତାତିରେ ଛଟପଟ ହେଉଥିବା ଜନତାଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ଥି ମିଳିବ ବୋଲି ଆଶା କରାଯାଉଛି । ଗ୍ରୀଷ୍ମ ପ୍ରଭାବ କାରଣରୁ ଲୋକଙ୍କ ଘରୁ ବାହାରିବା ମୁସକିଲ୍‌ ହୋଇପଡିଥିଲା । ଯାହାପରେ ପାଣିପାଗ ବିଭାଗର ଏହି ବର୍ଷା ଆକଳନ ସମସ୍ତଙ୍କ ପାଇଁ ଆଶ୍ୱସ୍ଥିଦାୟକ ଖବର ହୋଇପାରିବ ବୋଲି  ଆଶା କରାଯାଉଛି ।