/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651052847.jpg)
weather update
ଉପକୂଳ ତୁଳନାରେ ଅସହ୍ୟ ତାତିରେ ଉଟୁପାଉଟୁ ହେଉଛି ପଶ୍ଚିମ ଓଡ଼ିଶା । ଗତକାଲି ନୂଆାପଡ଼ାରେ ତାପମାତ୍ରା ସର୍ବାଧିକ ୪୪ ଡିଗ୍ରୀ ଛୁଇଁଥିବାବେଳେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।
Advertisment
୧୧ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ
୪୪ଡ଼ିଗ୍ରୀ ସହ ନୂଆପଡା ରାଜ୍ୟର ଉତ୍ତପ୍ତ ସହର pic.twitter.com/gvnEIWhOP7
— Meteorological Centre, Bhubaneswar (@mcbbsr) June 6, 2022
ତେବେ ସୋନପୁର, ବରଗଡ଼, ବୌଦ୍ଧ, ନୟାଗଡ଼ ଆଦି ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏମିତିକି ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହୁଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସକାଳ ୧୦ ପରେ ଲୋକଙ୍କ ବାହାରକୁ ବାହାରିବା କଷ୍ଟକର ହଇପଡୁଛି ।
Advertisment
ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲେ ବି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ ଫଳରେ ଲୋକେ ତାତିରେ ଆଉଟୁପାଉଟୁ ହେଉଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)