• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ukraine Crisis

Russia Ukrain War
ଧିରେ ଧିରେ ଧୀମା ପଡ଼ିଲାଣି ଋଷ, ମନ୍ଥର ହେଲାଣି ଆକ୍ରମଣ !

ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।

Narendra Modi
ଋଷ ବିପକ୍ଷରେ ଭୋଟ ଦେଲା ଭାରତ

ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।

Ukraine Russia War
କିଭ୍ ଦଖଲ ପାଇଁ ଋଷ ସେନାର ପ୍ରୟାସ ଜାରି

ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।

ICJ
ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।

zelensky With Biden
ଥମୁନି ଋଷର ନିଷ୍ଠୁରତା ! ଖୋଲାଖୋଲି ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାଯ୍ୟ ମାଗିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।

Union External Affairs Minister S Jaishankar
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

Ukraine Russia War
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ : ୟୁକ୍ରେନର ଜନବସତିକୁ ଟାର୍ଗେଟ୍ କରୁଛି ଋଷ,ଧ୍ୱସ୍ତବିଧ୍ୱସ୍ତ ବଡ଼ ବଡ଼ କୋଠା

ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

Russia-Ukraine War
୨୧ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ : କିଭରେ ଗୁରୁବାର ପର୍ଯ୍ୟନ୍ତ ପୁଣି ଲାଗିଲା କର୍ଫ୍ୟୁ

ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି

internet
ୟୁକ୍ରେନ୍‌ରେ ପୋଟାସିୟମ ଆୟୋଡାଇଡ୍ ଟାବଲେଟ୍‌ର ହାଇ ଡିମାଣ୍ଡ୍

ଆଣବିକ ବିକିରଣରୁ ରକ୍ଷା ପାଇବା ପାଇଁ ଲୋକେ ସେବନ କରୁଛନ୍ତି ପୋଟାସିୟମ ଆୟୋଡାଇଡ୍

Russia Ukraine War
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

Volodymyr Zelenskyy
ଆକ୍ରମଣର ୧୯ ଦିନରେ ଆହୁରି ତୀବ୍ର ହୋଇଛି ଋଷର ମିଶନ୍ କିଭ୍

ବିମାନ ଫ୍ୟାକ୍‌ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି ।

Volodymyr Zelenskyy
ଭୀତ-ତ୍ରସ୍ତ କିଭ ! ଆଖି ପିଛୁଳାକେ ବୋମା ବର୍ଷା, ଦାଉ ଦାଉ ୯ ମହଲା କୋଠା

ୟୁକ୍ରେନ୍‌ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଛି ।

russia-seeks-military-equipment-from-china
ୟୁକ୍ରେନ୍‌ ସହ ଯୁଦ୍ଧରେ ଋଷିଆର ସ୍ଥିତି ଖରାପ ? ଚୀନ ଠାରୁ ସାମରିକ ସହାୟତା ଲୋଡ଼ିଲେ ପୁଟିନ୍‌ ସରକାର

ଚୀନ ଠାରୁ ଋଷିଆ ସାମରିକ ସହାୟତା ଲୋଡ଼ିଥିବା ସୂଚନା । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ।

Russia Ukraine War
ୟୁକ୍ରେନ୍‌ରେ ବର୍ଷୁଛି ବୋମା : ୧୩ଶହ ୟୁକ୍ରେନ ସୈନ୍ୟ ନିହତ, କେବଳ ମରିପଲ ସହରରେ ୨୧ ଶହରୁ ଅଧିକ ଲୋକ ମୃତ

ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି ।

Ukraine-Russia War
"ଆମ ସମସ୍ତଙ୍କୁ ମାରିବା ପରେ ହିଁ ସେମାନେ କିଭ୍‌ରେ ପଶିପାରିବେ"

କିଭ୍ ପାଇଁ କର ବା ମର ସ୍ଥିତି । ଉତ୍ତର, ପଶ୍ଚିମ ଓ ଉତ୍ତରପୂର୍ବ ଦିଗରୁ ଘେରି, ୟୁକ୍ରେନ୍ ରାଜଧାନୀର ଆହୁରି ନିକଟତର ହୋଇଛି ଋଷୀୟ ସେନା । ଆଉ କେବଳ ପୂର୍ବ ପଟୁ ଦଖଲ କରିବା ବାକି ରହିଲା ।

Putin- Zhelensky
ପୁଟିନ୍‌ଙ୍କୁ ସିଧାସଳଖ ଭେଟିବାକୁ ଚାହୁଁଛନ୍ତି ଜେଲେନ୍‌ସ୍କି

ଋଷ ଯୁଦ୍ଧ ବିରତି ଘୋଷଣା କଲେ ହିଁ, ସେ ଜେରୁସେଲମ୍‌ରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Russia Ukraine War
ଛିନ୍‌ଛତ୍ର ହୋଇଗଲାଣି ୟୁକ୍ରେନ୍‌ ! ଋଷର ୩୦ ମିଜାଇଲ ମାଡ଼, ପୁଣି ୩୫ ମୃତ

ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭ୍‌ରେ ଆଜି ହୋଇଛି ମିଜାଇଲ୍ ମାଡ଼ । ରୁଷିଆ ୩୦ଟି କ୍ରୁଜ ମିଜାଇଲ ମାଡ଼ କରିବାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Narendra Modi
ଋଷରେ ବିଷମ ହେଲାଣି ସ୍ଥିତି ! ପଶ୍ଚିମରେ ଯୁଦ୍ଧ ଦେଖି ମୋଦି କଲେ ସୁରକ୍ଷା ସମୀକ୍ଷା ବୈଠକ

ପଶ୍ଚିମରେ ଦେଖାଦେଇଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

biological weapons
କିଏ ମାରିବ ଜୈବିକ-ଅସ୍ତ୍ର ? ଜୈବାସ୍ତ୍ରକୁ ନେଇ ଆମେରିକା-ଋଷ ଦୋଷ ଲଦାଲଦି

ୟୁକ୍ରେନ୍, ଆମେରିକା ସମର୍ଥନରେ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିବା ଏବଂ ୟୁକ୍ରେନରେ ଜୈବାସ୍ତ୍ର ଗବେଷଣା ପାଇଁ ପରୀକ୍ଷାଗାର ରହିଥିବା ରୁଷ୍ ଅଭିଯୋଗ ଆଣିଥିଲା । ଅନ୍ୟପକ୍ଷରେ ଆମେରିକା ଏହାକୁ ଖଣ୍ଡନ କରିବା ସହ ପାଲଟା ଆରୋପ ଲଗାଇଥିଲା

Ukraine
ଆମ ପାଖରେ ବାୟୋ ୱିପନ୍‌ ନାହିଁ: ଜେଲେନ୍‌ସ୍କି

ଖାର୍କିଭ୍, ଖେରସନ୍‌, ଚନୋବିଲ୍, ମାରିଉପୋଲ, ମେଲିଟପୋଲ ଏବଂ ଓଡେଶା, ୟୁକ୍ରେନ୍ର ୫-୬ଟି ପ୍ରମୁଖ ସହରକୁ କବ୍ଜା କରିବା ପରେ, ଋଷ ଟାର୍ଗେଟ୍‌ରେ କ୍ୟାପିଟାଲ୍ ସିଟି କିଭ୍ ।

Ukraine School Building
ଦିନକୁ ଦିନ ନିଷ୍ଠୁର ହେଉଛି ଋଷ ସେନା, ପ୍ରସୂତି ହସ୍ପିଟାଲ ପରେ ସ୍କୁଲ କୋଠାରେ ବୋମା ବର୍ଷା

ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛି ୟୁକ୍ରେନ । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଋଷ ସେନାର ଅମାନବୀୟ ଓ ନିଷ୍ଠୁରପଣକୁ ସ୍ପଷ୍ଟ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Russia Ukraine War
୨୧ ଦିନ ହେଲାଣି ଯୁଦ୍ଧ: ନିଷ୍ଠୁର ଋଷ, ପ୍ରସୂତି ହସ୍ପିଟାଲରେ କଲା ବୋମାମାଡ଼ ! ଆତ୍ମସମର୍ପଣ ପାଇଁ ୟୁକ୍ରେନ୍‌ ନାରାଜ

ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି । ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ବିବାଦ ଘନେଇଛି ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ।

Russia-Ukraine War
ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍

ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍ । ଅସ୍ତ୍ରବିରତି ସମୟ ଶେଷ ହେଲା କ୍ଷଣି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରାଯାଉଛି । ୟୁକ୍ରେନ ରାଜଧାନୀକୁ ଦଖଲ ଲାଗି ଏହା ଋଷ ସେନାର ଫାଇନାଲ ଆସଲ୍ଟ ହେବ ବୋଲି କୁହାଯାଉଛି । 

Russia-Ukraine War
କିଭ୍‌ରେ ଫାଇନାଲ ଆଟାକ୍‌ କରିବ ଋଷ, ଭୟଙ୍କର ଯୁଦ୍ଧ ନେଇ ଆଶଙ୍କା

ଅସ୍ତ୍ରବିରତି ଲାଗୁ ସହରକୁ ଛାଡ଼ି ଅନ୍ୟାନ୍ୟ ସ୍ଥାନରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ଅନ୍ୟପକ୍ଷରେ ସେ ନାଟୋରେ ଯୋଗ ଦେବାକୁ ଆଉ ଇଚ୍ଛୁକ ନୁହଁନ୍ତି ଏବଂ ଋଷିଆ ସ୍ୱାଧୀନ ଘୋଷଣା କରିଥିବା ଦୁଇ ପ୍ରଦେଶକୁ ନେଇ ସାଲିସ କରିବାକୁ ପ୍ରସ୍ତୁତ ବୋଲି ଜେଲେନସ୍କି ଇଙ୍ଗିତ ଦେଇଛନ୍ତି ।

Ukraine Crisis
ଚତୁର୍ଦ୍ଦଶ ଦିନରେ ୟୁକ୍ରେନ୍-ରୁଷ୍ ଯୁଦ୍ଧ : ରାସ୍ତା, ଘାଟ, ବ୍ରିଜ୍ ସବୁକିଛି ଭଗ୍ନ ଅବସ୍ଥାରେ, ଭୟଭୀତ ହୋଇ ଦେଶ ଛାଡୁଛନ୍ତି ହଜାର ହଜାର ନାଗରିକ

ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନର ଏକାଧିକ ସହର । ମିଜାଇଲ ମାଡ଼ରେ ଭାଙ୍ଗି ମାଟିରେ ମିଶିଛି ଅଟ୍ଟାଳିକା । ସୁମି, ଖାରକିଭ୍, ମାରିଓପୋଲରେ ଏଭଳି ଅନେକ ଚିତ୍ର ଛାତିକୁ ଦୋହଲାଇ ଦେଇଛି ।