ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି।
ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।
୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।
ପାହାନ୍ତାରେ ଫୋନ୍ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜେଣ୍ଡର୍ ଲୁକାସେଙ୍କୋଙ୍କୁ ଫୋନ୍ କରି ସୂଚନା ଦେଇଥିଲେ
ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି
ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି ।
ଯେଉଁ କଥାକୁ ଡର ଥିଲା, ଶେଷରେ ତାହା ହିଁ ହେଲା। ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଆଉ ଏକ ସଙ୍କଟକୁ ନେଇ ବିଶ୍ୱବାସୀ ଚିନ୍ତିତ। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆ଼ଡକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି ।
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି।
ଯୁଦ୍ଧ ପାଇଁ ସାରା ବିଶ୍ୱରେ ଆତଙ୍କ। ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ପୃଥିବୀ। ଜାଣନ୍ତୁ, କାହାର କେତେ ଦମ୍
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଯିଏ ଯେଉଁଠି ଅଛ, ସେଇଠି ରହିବାକୁ କୁହାଯାଇଛି।
ୟୁକ୍ରେନ୍ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍ରେ ତାଙ୍କୁ Flirt କରୁଛନ୍ତି ।
ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।
ୟୁକ୍ରେନ ବିରୋଧରେ ଋଷ୍ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍ ଡାଉନ୍ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଖାରକିଭ୍ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍ ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।
ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ରୁଷ ପୂର୍ବାପେକ୍ଷା ସୀମାରେ ଆହୁରି ଅଧିକ ଯୁଦ୍ଧାସ୍ତ୍ର, ଯବାନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରିବା ଆରମ୍ଭ କରିଛି ।
ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହୋଇପାରେ ମହାଯୁଦ୍ଧ।
ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି।
ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ଆମେରିକା ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ଶାନ୍ତି ବାହିନୀ ନାଁରେ ରୁଷ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ ।