• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ukraine Crisis

Ukraine Russia War
ୟୁକ୍ରେନ୍‌ ଓ ଋଷିଆ ମଧ୍ୟରେ ମହାଯୁଦ୍ଧ : ଭିତରେ ପେଶି ହେଉଛି ଭୋଡ୍‌କା

ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି ।

Ukraine Crisis
ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମିଶନ ଜୋରଦାର : ୪ ଜଣ ମନ୍ତ୍ରୀ ପଠାଇବେ ମୋଦି ସରକାର

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ ।

ukriane
ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କ ସହ ମାଡ଼ପିଟ୍ : ଭିଡିଓ ସେୟାର କଲେ ରାହୁଲ ଗାନ୍ଧୀ

ପୋଲାଣ୍ଡ ପଳାୟନ କରୁଥିବା ବେଳେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଫତେହାବାଦର ବାସିନ୍ଦା । ମାଡ଼ପିଟରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଛି ।

Ukraine-Russia War
୫ମ ଦିନରେ ଋଷିଆ-ୟୁକ୍ରେନ ଯୁଦ୍ଧ: ଶାନ୍ତି ପାଇଁ ସମ୍ମତି ଜଣାଇଲା ୟୁକ୍ରେନ

ପଞ୍ଚମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷିଆର ଆକ୍ରମଣ। ତେବେ ଏହା ପୂର୍ବରୁ ଶାନ୍ତି କଥାବାର୍ତ୍ତା ପାଇଁ ସମ୍ମତି ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି।

Ukraine-Russia War
ଆଣବିକ ଯୁଦ୍ଧର ଧମକ ଦେଲେ ପୁଟିନ, ଆମେରିକା କହିଲା- ସାମାନ୍ୟ ଭୁଲ୍ ହେଲେ ବିରାଟ ବିଭ୍ରାଟ ସୃଷ୍ଟି ହେବ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ଋଷିଆ ଧମକ ଦେଇଛି। ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।

Ukraine Russia War
ଦେଶକୁ ଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇଲେ ୟୁକ୍ରେନ୍ ଜନତା

ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ ।

Ukraine Russia War
ୟୁକ୍ରେନ୍‌ର ଭିନ୍ନ ଚେହେରା; କିଏ ଲଢିବାକୁ ତୟାର ତ କିଏ ଜୀବନ ବଞ୍ଚାଇବାକୁ...

ୟୁକ୍ରେନ ଆକାଶରେ ବିଜୁଳି ଗର୍ଜୁନି, ଗର୍ଜୁଛି ଲଢ଼ୁଆ ବିମାନ, ଗୁଳି ଗୋଳା ଓ ମିଜାଇଲ୍ ରାସ୍ତାରେ ଗାଡ଼ି ଚାଲୁନି, ଚାଲିଛି ମୁହାଁମୁହିଁ ଗନ୍‌ଫାଇଟ୍ । ପୁଟିନଙ୍କ ସଦ୍ୟ ନିର୍ଦ୍ଦେଶ ପରେ ଋଷୀୟ ସେନା ଚତୁର୍ଥ ଦିନରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ, ୟୁକ୍ରେନ ଆର୍ମି ବି ଦେଉଛି କଡ଼ା ଟକ୍କର୍ ।

Ukraine Crisis
ମର୍ମସ୍ପର୍ଶୀ ଦୃଶ୍ୟ : ଯୁଦ୍ଧ ଲଢ଼ିବାକୁ ରହିଗଲେ ବାପା, ଝିଅକୁ ବିଦାୟ ଦେବା ସମୟରେ ଖୁବ୍‌ କାନ୍ଦିଲେ

ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠି କେବଳ ଲୋକଙ୍କର ଜୀବନ ଯାଏ । ଏଥିରେ କାହାର ବି ଭଲ ହୁଏନି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ମୁସ୍କିଲ କାମ ମଧ୍ୟରୁ ଗୋଟିଏ

ukraine
ଯୁଦ୍ଧର ଆତଙ୍କ ମଧ୍ୟରେ ସହୃଦୟତାର ଚିତ୍ର : ୟୁକ୍ରେନୀୟ ପିଜି ମାଲିକଙ୍କ ପରିବାରକୁ ଛାଡ଼ି ଆସିବାକୁ ନାରାଜ ଭାରତୀୟ ଛାତ୍ରୀ ନେହା

ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍‌ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ।

Ukraine Russia War
ଋଷିଆରେ ବିଦ୍ରୋହର ବହ୍ନି : ଯୁଦ୍ଧକୁ ବିରୋଧ କରିବାରୁ ୩୦୦୦ରୁ ଅଧିକ ଗିରଫ

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।

 Google
ଋଷିଆ ସରକାରୀ ମିଡିଆକୁ ଝଟକା ଦେଲା Google : ମନିଟାଇଜେସନ୍‌ ବନ୍ଦ

ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍‌ ଲଗାଇ ଦେଇଥିଲା

Ukraine Russia War
ୟୁକ୍ରେନରେ ଯୁଦ୍ଧ ଆତଙ୍କ : ମାଇନସ୍ ୭ ଡିଗ୍ରୀ ଭିତରେ ଚାଲି ଚାଲି ସୀମାରେ ପହଞ୍ଚୁଛନ୍ତି ଭାରତୀୟ ଛାତ୍ର

ଋଷିଆ- ୟୁକ୍ରେନ୍‌ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।

 Stranded Students In Ukraine
ଯୁଦ୍ଧର ଭୟ ଓ ଆତଙ୍କ ମଧ୍ୟରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ

ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।

Ukraine Russia War
ଋଷିଆ କରୁଛି ଘନ ଘନ ବୋମାମାଡ଼: ତଥାପି ହାର୍‌ ମାନିନି ୟୁକ୍ରେନ, ଜବାବ ଦେବାକୁ ଗୋଟାଉଛି ବଳ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍‌ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି।

Ukraine Crisis
ପୁଟିନ୍‌ଙ୍କ ବିରୋଧରେ ବନ୍ଧୁକ ଉଠାଇଲେ ୟୁକ୍ରେନ୍‌ ମହିଳା ସାଂସଦ : ଋଷୀୟ ସୈନିକଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ

ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ କିରା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷୀୟ ସୈନିକ ଅସ୍ତ୍ରଶସ୍ତ୍ର ଉଠାଇବା ଭିତରେ ଅନେକ ତଫାତ୍ ରହିଛି ।

Ukraine Crisis
ୟୁକ୍ରେନ ସହ ଲଢେଇରେ ବ୍ୟସ୍ତ ପୁଟିନ୍, ରୁଷ ରାଷ୍ଟ୍ରପତିଙ୍କୁ ନଭେଟି ଖାଲି ହାତରେ ଫେରିଲେ ଇମ୍ରାନ

ସାହାଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା।

Ukraine
ୟୁକ୍ରେନ୍‌ ମାଟିର ସୁଯୋଗ୍ୟ ସୁତ : ରୁଷୀୟ ଟ୍ୟାଙ୍କକୁ ରୋକିବା ପାଇଁ ବ୍ରିଜ ସହ ନିଜକୁ ବିସ୍ଫୋରଣରେ ଉଡ଼ାଇଦେଲେ ବିଟାଲୀ ଶକୁନ

ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା

UN Meeting
ଋଷିଆ ଉପରେ ଚାପ ପ୍ରୟୋଗ ଲାଗି ଏକାଠି ହେଲେ ଅନେକ ଦେଶ

ଋଷିଆ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏଥିରେ ବିଭିନ୍ନ ଦେଶ ମତ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜାତିସଂଘ ମହାସଚିବ ପୁଣି ଥରେ ଅପିଲ କରିଛନ୍ତି।   

russia VS ukraine
ୟୁକ୍ରେନ୍‌ ତୁଳନାରେ ରୁଷିଆ କେତେ ଶକ୍ତିଶାଳୀ, ଜାଣଛନ୍ତି କି?

ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।

Evacuation Plan
ଭାରତୀୟଙ୍କୁ ଆଣିବ ସ୍ୱତନ୍ତ୍ର ବିମାନ, ଖର୍ଚ୍ଚ ବହନ କରିବ କେନ୍ଦ୍ର

ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।

Odia Students Stranded In Ukraine
ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ଜାରି ହେଲା ସ୍ୱତନ୍ତ୍ର ସହାୟତା ସେଲ୍‌

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍‌ ଜାରି ହୋଇଛି। 

Odia Students Stranded In Ukraine
ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି।

Ukraine Russia War
ଆକାଶରେ ଉଡ଼ୁଛି ମୃତ୍ୟୁ, କାହା ଉପରେ କେତେବେଳେ ଖସି ପଡ଼ିବ କେହି ଜାଣନ୍ତି ନାହିଁ...

ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।

Kyiv airport
କିଭ୍ ବିମାନବନ୍ଦର ବନ୍ଦ: କେମିତି ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ୨୦ ହଜାର ଭାରତୀୟ ?

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍‌ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।   

Ukraine Shoots Down 5 Russian Planes, 1 Helicopter
ୟୁକ୍ରେନର ଦାବି- ଯୁଦ୍ଧରେ ଆମେ ଋଷିଆର ୫୦ ଜଣ ସୈନିକଙ୍କୁ ମାରି ଦେଇଛୁ

ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।