Advertisment

Mobile Service to Moon: ନିର୍ମାଣ ହେବ ମୋବାଇଲ ଟାଓ୍ବାର: ଜହ୍ନମାମୁରେ ଶୁଭିବ ଟ୍ରିଂ ଟ୍ରିଂ !

ପୃଥିବୀରେ ଯେଉଁ ବୈଷୟିକ ଜ୍ଞାନକୌଶଳ ବଳରେ ଫୋନ ଯୋଗାଯୋଗ ସମ୍ଭବ ହୋଇଛି ଚନ୍ଦ୍ରପୃଷ୍ଠରେ ମଧ୍ୟ ସେହି ଜ୍ଞାନକୌଶଳକୁ ପ୍ରୟୋଗ କରିବାଗାକୁ ଯାଉଛି ନାସା। ନୋକିଆ LSCS ବା ଲୁନାର ସରଫେସ୍ କମ୍ୟୁନିକେସନ ସିଷ୍ଟମକୁ ବିକଶିତ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Nasa

Nasa

ହଁ ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ଲାଗୁଥିଲେ କଥାଟି ପୂରା ସତ। ପୃଥିବୀ ଭଳି ଚନ୍ଦ୍ରରେ ମଧ୍ୟ ମୋବାଇଲରେ ଯୋଗାଯୋଗ କରିହେବ, ଏପରିକି ହାଇଡେଫିନେସନ୍ ଭିଡ଼ିଓ ମଧ୍ୟ ଷ୍ଟ୍ରିମ କରିହେବ। ଏନେଇ ନାସା ତରଫରୁ ଏକ ମିଶନ ଆରମ୍ଭ ହୋଇଛି। ମୋବାଇଲ ସେବା ଯୋଗାଣକାରୀ କମ୍ପାନୀ ନୋକିଆ ସହଯୋଗରେ ଏହା ସମ୍ଭବ ହେବାକୁ ଯାଉଛି। ଯେଉଁଥିପାଇଁ ନାସା ଏହାର ମହାକାଶ ଯାନ ଆଥିନା ଲ୍ୟାଣ୍ଡରକୁ ଫେବ୍ରୁୟାରୀ ୨୬ରେ ଲଞ୍ଚ କରିଛି। ଯାହା ଚନ୍ଦ୍ରରେ ମୋବାଇଲ୍ ପ୍ରଯୁକ୍ତିବିଦ୍ୟା ସ୍ଥାପନ କରିବ । ଏହା ନାସାର IM-2 ମିଶନର ଏକ ଅଂଶ।

Advertisment

ଅଧିକ ପଢ଼ନ୍ତୁ: ମୋବାଇଲ ନିଶାକୁ ନେଇ ବଢ଼ିଲା ଚିନ୍ତା; କାନରେ ଲଗାଉଛନ୍ତି କି ହେଡଫୋନ୍, ଇଅରଫୋନ୍ ଓ ଇଅର୍ ପ୍ଲଗ୍ ?

ପୃଥିବୀରେ ଯେଉଁ ବୈଷୟିକ ଜ୍ଞାନକୌଶଳ ବଳରେ ଫୋନ ଯୋଗାଯୋଗ ସମ୍ଭବ ହୋଇଛି ଚନ୍ଦ୍ରପୃଷ୍ଠରେ ମଧ୍ୟ ସେହି ଜ୍ଞାନକୌଶଳକୁ ପ୍ରୟୋଗ କରିବାଗାକୁ ଯାଉଛି ନାସା। ନୋକିଆ LSCS ବା ଲୁନାର ସରଫେସ୍ କମ୍ୟୁନିକେସନ ସିଷ୍ଟମକୁ ବିକଶିତ କରିଛି। ଯାହା ପୃଥିବୀରେ ବ୍ୟବହୃତ ସେଲୁଲାର ଟେକନୋଲୋଜି ବ୍ୟବହାର କରି ଚନ୍ଦ୍ର ପୃଷ୍ଠରେ ଯୋଗାଯୋଗ ସ୍ଥାପନ କରିବ।

Advertisment

ଏହି ସିଷ୍ଟମ ଜରିଆରେ ଜହ୍ନରେ HD ଭିଡ଼ିଓ ଷ୍ଚ୍ରିମିଂ, କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ୍ ଯୋଗାଯୋଗ ଏବଂ ଡାଟା ବିନିମୟ ସମ୍ଭବ ହୋଇପାରିବ। ଏହି ସ୍ୱତନ୍ତ୍ର ସିଷ୍ଟମକୁ ଏପରି ଡିଜାଇନ୍ କରାଯାଇଛି ଯେ, ଏହା ମହାକାଶର କଠୋର ପରିସ୍ଥିତି, ଯେପରିକି ଅତ୍ୟଧିକ ତାପମାତ୍ରା ଏବଂ ବିକିରଣକୁ ସହ୍ୟ କରିପାରିବ।

ଏଥିପାଇଁ ୨ଟି ଲୁନାର ମୋବିଲିଟି ଯାନ, ଇନଟ୍ୟୁଟିଭ୍ ମେସିନ୍ ମାଇକ୍ରୋ-ନୋଭା ହପର ଏବଂ ଲୁନାର ଆଉଟପୋଷ୍ଟ ମୋବାଇଲ୍ ଅଟୋନୋମସ୍ ପ୍ରସପେକ୍ଟିଂ ପ୍ଲାଟଫର୍ମ ରୋଭରକୁ ସାମିଲ କରାଯାଇଛି। ଏହି ଦୁଇଟି ଯାନ ନୋକିଆର ଡିଭାଇସ୍ ମଡ୍ୟୁଲ୍ ସାହାଯ୍ୟରେ ଆଥେନା ଲ୍ୟାଣ୍ଡର ସହିତ ଯୋଡି ହେବେ ଏବଂ ଡାଟା ଟ୍ରାନସଫର କରିବେ। ଏହି ମିଶନ ଦ୍ୱାରା ମହାକାଶଚାରୀ ମାନେ ଚନ୍ଦ୍ରପୃଷ୍ଠରେ ମୋବାଇଲ ସେବା ବ୍ୟବହାର କରିପାରିବେ ।

ନୋକିଆ କହିଛି, "ଆମେ ଏହି ନେଟୱାର୍କକୁ ଭବିଷ୍ୟତର ମହାକାଶଚାରୀଙ୍କ ସ୍ପେସସୁଟ୍ ସହିତ ମଧ୍ୟ ସଂଯୁକ୍ତ କରିବାକୁ ଚାହୁଁଛୁ।" ଏହାର ଅର୍ଥ ହେଉଛି ଭବିଷ୍ୟତରେ ଚନ୍ଦ୍ରରେ ମଧ୍ୟ ଭଏସ୍ କଲ୍ ଏବଂ ମେସେଜିଂ ସମ୍ଭବ ହୋଇପାରିବ ।

ଅଧିକ ପଢ଼ନ୍ତୁ: ବଜାରକୁ ଆସିପାରେ Electric Cycle, ଅଳ୍ପ ପଇସାରେ ଚାଲିବ ଅଧିକ ବାଟ

NASA Mobile Tower
Advertisment
Advertisment