• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନ-ରୁଷିଆ ଘମାଘୋଟ ଯୁଦ୍ଧ ମଧ୍ୟରେ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । କ୍ୟାବିନେଟ୍ ସଦସ୍ୟଙ୍କ ସହ ଯୁକ୍ରେନ୍‌ରେ ଯୁଦ୍ଧ ସ୍ଥିତି ଓ ଏହାର ବୈଶ୍ୱୟିକ ପ୍ରଭାବ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷ କରି ପଶ୍ଚିମରେ ଦେଖାଦେଇଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ହୋଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଏହି ସମୀକ୍ଷା ବୈଠକରେ ବୈଦେଶିକ ବ୍ୟାପାର ବିଭାଗ ସଚିବ ହର୍ଷବର୍ଦ୍ଧନ ସିଂଗଲା, ଏନ୍ଏସ୍ଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ରହିଥିଲେ ।

ସେପଟେ ରୁଷ୍‌ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ ଉପରେ ରୁଷ୍‌ ମରାଣାତ୍ମକ ଆକ୍ରମଣ କରୁଥିବାରୁ ସୈନ୍ୟଙ୍କ ସମେତ ଅନେକ ସାଧାରଣ ଜନତାଙ୍କର ଜୀବନ ଗଲାଣି । ଏହି କାରଣରୁ ଋଷ ବିରୋଧରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।

ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ ରୁଷ ଉପରେ ଅଦୃଶ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ ଶହ ଶହ ଅନ୍ତର୍ଜାତୀୟ କମ୍ପାନୀ ରୁଷରେ ନିଜର ବ୍ୟବସାୟ ମଧ୍ୟ ବନ୍ଦ କରିଦେଇଛନ୍ତି । ଏହି ଅର୍ଥନୈତିକ ପ୍ରତିବନ୍ଧକଗୁଡିକ କାରଣରୁ ରୁଷର ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି । ରୁଷ୍‌ରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହା ସହିତ ଲୋକଙ୍କ ମଧ୍ୟରେ ଚାକିରି ହରାଇବାର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି ।