• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୧୯ ଦିନ ହେଲାଣି ଜାରି ରହିଛି ୟୁକ୍ରେନ-ରୁଷିଆ ମହାଭାରତ । ରୁଷିଆ ପକ୍ଷରୁ ହେଉଥିବା ଆକ୍ରମଣକୁ ତୀବ୍ର କରାଯାଇଛି । ଏହାର ସୈନ୍ୟମାନେ ରାଜଧାନୀ କିଭକୁ ଚାରିପଟୁ ଘେରାଉ କରି ରହିଛନ୍ତି । ରୁଷିଆର ଆକ୍ରମଣରୁ ବର୍ତ୍ତି ନାହାନ୍ତି ସାଧାରଣ ଲୋକେ କି ହସ୍ପିଟାଲ । କ୍ଷେପଣାସ୍ତ୍ର ମାଡ଼ରେ ୭ଟି ହସ୍ପିଟାଲ ପୁରା ଧ୍ୱଂସ ହୋଇଥିବା ବେଳେ ୧୦୪ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ୧୩ ଶହ ୟୁକ୍ରେନ ସୈନ୍ୟ ନିହତ ହେଲେଣି ବୋଲି କିଭ୍ ପକ୍ଷରୁ କୁହାଯାଇଛି ।

ସେହପିରି ଦିନକୁ ଦିନ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । କେବଳ ମରିପଲରେ ୨୧ ଶହରୁ ଅଧିକ ଲୋଙ୍କ ମୃତ୍ୟୁ ହୋଇଥିବା କିଭ୍ ପକ୍ଷରୁ କୁହାଯାଇଛି । ରୁଷିଆର ଆକ୍ରମଣକୁ ପୋପ୍ ମଧ୍ୟ କଡ଼ା ନିନ୍ଦା କରିଛନ୍ତି । ନିଜର ରବିବାର ସମ୍ବୋଧନରେ ସେ କହିଛନ୍ତି, ଏହି ଗଣହତ୍ୟା ବନ୍ଦ ହେଉ । ବିଶେଷ କରି ହସ୍ପିଟାଲ ଓ ସିଭିଲିଆନଙ୍କୁ ଟାର୍ଗେଟ ନକରିବାକୁ ସେ ଅନୁରୋଧ କରିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି । ଅଧିକାଂଶ ଲୋକ ପୋଲାଣ୍ଡରେ ଅଛନ୍ତି । ଯୁଦ୍ଧ ଚାଲିଥିବା ବେଳେ ଆଜି ମସ୍କୋ ଓ କିଭ୍ ମଧ୍ୟରେ ପୁଣି ଥରେ ଆଲୋଚନା ହେବ । ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ସେପଟେ ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ପୁଣି ଥରେ ନାଟୋକୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ନ ହେଲେ ୟୁକ୍ରେନରେ ଆହୁରି ଘାତକ କ୍ଷେପଣାସ୍ତ୍ର ପଡ଼ିବା ପରି ନାଟୋ ସଦସ୍ୟଙ୍କ ମାଟିରେ ମଧ୍ୟ ରୁଷ ମିସାଇଲ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଜେଲେନସ୍କି ।