• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୮ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି ଧ୍ୱଂସର ତାଣ୍ଡବ । ରୁଷିଆର ବିମାନ ଆକ୍ରମଣରେ ପଶ୍ଚିମ ୟୁକ୍ରେନର ଲିଭିଭ୍‌ରେ ୩୫ ମୃତ । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଗଭର୍ଣ୍ଣର । ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭ୍‌ରେ ଆଜି ହୋଇଛି ମିଜାଇଲ୍ ମାଡ଼ । ରୁଷିଆ ୩୦ଟି କ୍ରୁଜ ମିଜାଇଲ ମାଡ଼ କରିବାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ରୁଷ୍ ସେନା ୟୁକ୍ରେନ୍‌ର ବିଭିନ୍ନ ସହରରେ ଗୁଳିଗୋଳା ବର୍ଷଣ ଜାରି ରଖିଥିବା ବେଳେ, କିଭ୍‌କୁ ୩ ପଟୁ ଘେରି ସାରିଛି । ତଥାପି ବି ଦମ୍ଭ ହାରିନାହାନ୍ତି ରାଷ୍ଟ୍ରପତି ଜେଲେନ୍‌ସ୍କି । ଆମେ ଅବିଶ୍ରାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି ଚେତାଇ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଦିମିର୍ ଜେଲେନ୍‌ସ୍କି କହିଛନ୍ତି । ଆମ ସମସ୍ତଙ୍କୁ ମାରିବା ପରେ ହିଁ ସେମାନେ କିଭ୍‌ରେ ପଶିପାରିବେ କହିଲଷ ରାଷ୍ଟ୍ରପତି ।

ସେପଟେ ୟୁକ୍ରେନ୍‌ର ବିଭିନ୍ନ ସହରରୁ ଗତକାଲି ୧୩ ହଜାର ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, କିଭ୍ ନିକଟରେ ସୁରକ୍ଷିତ ସ୍ଥାନକୁ ପଳାଉଥିବା ମହିଳା ଓ ଶିଶୁଙ୍କ ଉପରକୁ ଋଷ ସେନା ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଶିଶୁ ସମେତ ୭ଜଣଙ୍କର ଜୀବନ ଯାଇଛି । କିଭ୍ ଉପକଣ୍ଠରେ ଜଣେ ୩୧ ବର୍ଷୀୟା ୟୁକ୍ରେନୀୟ ମହିଳା ଅସୁସ୍ଥ ମାଆ ପାଇଁ ଔଷଧ ଆଣିବାକୁ ଯିବା ବେଳେ, ଋଷୀୟ ସେନା ତାଙ୍କୁ ଗୁଳି କରି ମାରିଦେଇଥିବା ଅଭିଯୋଗ ହୋଇଛି । ୟୁକ୍ରେନ୍ ପ୍ରାୟ ୧୨ ହଜାର ଋଷୀୟ ସେନାକୁ ମାରିଥିବା ଜେଲେନ୍‌ସ୍କି ଦାବି କରିଆସୁଥିବା ବେଳେ, ଆଜି ପ୍ରଥମ ଥର ପାଇଁ ନିଜ ଦେଶର ସୈନ୍ୟ ମୃତ୍ୟୁ ସଂଖ୍ୟା ୧୩ଶହ ବୋଲି ସାର୍ବଜନୀନ କରିଛନ୍ତି ।

ତେବେ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ଅସ୍ଥାୟୀ ଭାବେ ପୋଲାଣ୍ଡ ସ୍ଥାନାନ୍ତର ହେବା ନେଇ ସୂଚନା ରହିଛି । ରୁଷିଆର ଆକ୍ରମଣ ଯୋଗୁଁ ସୁରକ୍ଷା ବିପନ୍ନ ହେବାରୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଦୂତାବାସ ଅସ୍ଥାୟୀ ସ୍ଥାନାନ୍ତର ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।