• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

king cobra
ଅନଲାଇନ ଦୁନିଆର ହୃଦୟହୀନ ଦୃଶ୍ୟ, ଭିୟୁଜ୍ ପାଇଁ ବାଜିରେ ଲାଗୁଛି ଜୀବନ

ସାପର ଚୋଟରେ ମଇଁଷିର ମୃତ୍ୟୁ ହେବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ ବ୍ୟକ୍ତିଙ୍କର ଏପରି ଉଦାସୀନତା ଗ୍ରହଣୀୟ ହୋଇ ପାରୁନାହିଁ । ବାରମ୍ବାର ସାପଟି ଚୋଟ ମାରିବାକୁ ପ୍ରୟାସ କରୁଛି, ଏହା ସତ୍ତ୍ବେ ମଇଁଷିଟି ନିଜକୁ ବଞ୍ଚାଇ ପାରିଛି । ଏହି ମୁକାବିଲାରେ କ୍ୟାମେରା ପଛରେ ଥିବା ବ୍ୟକ୍ତିଙ୍କ ଆଚରଣ ନେଟିଜେନ ମାନଙ୍କୁ କ୍ଷୁବ୍ଧ କରିଛି । ଉକ୍ତ ବ୍ୟକ୍ତିଙ୍କ ଆଚରଣ ନେଇ ପ୍ରବଳ ମାତ୍ରାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁଜର୍ସ ।

Organ Donation
ସାନ ସିନା ଦାନ ତା' ମହାନ

ମାତ୍ର ଦିନ ୪ଟା ପାଇଁ ଦୁନିଆକୁ ଆସି ସେ ଏମିତି କାମ କରିଗଲା ଯେ, ତା ପାଇଁ ନୂଆ ଜୀବନ ପାଇଲେ ଛଅ ଛଅଟି ଶିଶୁ। ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ ।

Organ Donation
ସାନ ସିନା ଦାନ ତା' ମହାନ; ଚାଲିଗଲା, ୬ ଜଣଙ୍କୁ ବଞ୍ଚାଇଦେଲା

ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ।

Successful old farmer Shankarsana mallick
Farmer Day: ୭୨ ବୟସରେ ଚାଷ ନିଶା, ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। ଏହି ବୟସରେ ବିଶ୍ରାମ ନେବା ବଦଳରେ ସେ କରୁଛନ୍ତି ଚାଷ। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ। ଖାଲି ପାମୋଲିନ ନୁହେଁ ଆହୁରି ଅନେକ ଅର୍ଥକାରୀ ଫସଲ କରି ଚୂଡାମଣି ଗାଁର ଶଙ୍କର୍ଷଣ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Distress sale concerns jute farmers
ଅମଳ ପରେ ବିକ୍ରି ପାଇଁ ଚିନ୍ତାରେ ଝୋଟ ଚାଷୀ

ଏକଦା ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି । ଝୋଟ ବା ନଳିତା ଚାଷ କରୁଥିବା ଚାଷୀମାନେ ଏବେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।

Needs Money
ଅର୍ଥାଭାବରୁ ପାଠରେ ଲାଗିଛି ଡୋରି

ଆମ ସାର ଜଣେ ଦିବ୍ୟାଙ୍ଗ ହୋଇ ବି ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ପରି ମୁଁ ବି ପାଠ ପଢି ଜଣେ ମାଷ୍ଟର ହେବି, ପିଲାଙ୍କୁ ପାଠ ପଢ଼ାଇ ଭଲ ବୁଦ୍ଧି ଶିଖାଇବି। ଏଭଳି ସ୍ବପ୍ନ ଦେଖିଛି ଜଣେ ଦିବ୍ୟାଙ୍ଗ ଛାତ୍ର ମୁନା ମାଳବିଷୋୟୀ ।

Renuka Jagatian
ଭାଗବାନ ଯେବେ ଦିଏ ଛପର ଫାଡ଼ି ଦିଏ, କାର ଚାଳକଙ୍କ ପତ୍ନୀ ୪୦ ହଜାର କୋଟିର ମାଲିକାଣୀ

ସମୟ ବଳବାନ । କେତେବେଳେ କାହାକୁ ନେଇ କେଉଁଠାରେ ପହଞ୍ଚାଇବ କେହି ଜାଣି ନାହାନ୍ତି । ତାହା ନ ହୋଇଥିଲେ ଦିନେ ଗାଡ଼ି ଚଲେଇ ପରିବାର ପୋଷୁଥିବା ଲୋକ କଣ କେବେ ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଥାଆନ୍ତା ।...

Kasatandi
ଶୁଭ୍ର ଆକାଶ ତଳେ ପସରା ମେଲିଛି କାଶତଣ୍ଡିର ଆସର

ମା’ଙ୍କ ଆଗମନର ସୁସମ୍ବାଦ ନେଇ ବିମୋହିତ କରୁଛି ଫୁଲେଇ କାଶତଣ୍ଡି। ପ୍ରକୃତିର ଅନବଦ୍ୟ ସୃଷ୍ଟି ସିଏ। କେହି ତା ମୂଳେ କେବେ ତା ପାଣିଟୋପାଏ ଦେଇ ତାର ଆଗମନକୁ ପ୍ରତୀକ୍ଷା କରିନି। ସିଏ କିନ୍ତୁ ଆସେ, ମଣିଷ ମନର ପୁଲକ ହୋଇ।

5 important roles of rural women in the economy
International Rural Woman Day: ଅର୍ଥନୀତିରେ ଗ୍ରାମୀଣ ମହିଳାଙ୍କ ୫ ଗୁରୁତ୍ୱପୂର୍ଣ୍ଣ ଭୂମିକା

ପ୍ରତିବର୍ଷ ୧୫ ଅକ୍ଟୋବରରେ ସାରା ବିଶ୍ୱରେ ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରାଯାଏ। ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୃଷିରେ ବିକାଶ, ଗ୍ରାମାଞ୍ଚଳର ବିକାଶ, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମାଞ୍ଚଳର ଦାରିଦ୍ର ଦୂରୀକରଣରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ଅବଗତ କରାଇବା

Elderly couple forced to stay under cowshed in Jajpur
ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି, ତା’ବି ପୁଣି ଗାଈଗୋରୁଙ୍କ ସହ...

ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ ।

War
ଥମିବାର ନାଁ ନେଉନି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲ୍‌ର ଜବରଦସ୍ତ ଜବାବ

ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।

Minor girl in Mohana seeks govt help to complete higher education
ସାବିନାଙ୍କ ଦୁଃଖ କାହାଣୀ: ବାପା,ମା’ ଚାଲିଗଲା ପରେ ଅନାଥ ହୋଇଗଲେ, ପାଠ ଛାଡ଼ି କୁଲି କାମ କରୁଛନ୍ତି...

ସାବିନାଙ୍କ ଭଳି ଅନେକ ନାବାଳିକା ଝିଅ ପରିସ୍ଥିତିର ଚାପରେ ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କାଟିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

World Egg Day 2023 eggs for a better life
World Egg Day 2023: ପ୍ରୋଟିନର ପାୱାରହାଉସ ଅଣ୍ଡା, ହୃଦୟକୁ ରଖେ ସୁସ୍ଥ

ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀୟ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ଭାବରେ ପାଳନ କରିଥାଏ।

Man returns to village after 50 years in Ganjam
ସହିପାରିଲେନି ସାବତ ମାଆର ଯନ୍ତ୍ରଣା, ୧୩ ବର୍ଷ ବୟସରୁ ଗାଁକୁ ଅଲ୍‌ବିଦା କହିଥିଲେ...

ସହିପାରିଲେନି ସାବତ ମାଆର ଯନ୍ତ୍ରଣା। ୧୩ ବର୍ଷ ବୟସରୁ ଗାଁକୁ ଅଲ୍‌ବିଦା କହିଥିଲେ ଯେ ୬୩ ବର୍ଷ ବୟସରେ ଫେରିଲେ...

Family in Mayurbhanj seeks govt help to bring son back from Hyderabad
ଦୁଃଖ ଦେଇ ଯାଇଛି ଦାଦନ ପୁଅ

ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିବାକୁ ଦାଦନ ଯାଇଛି ପୁଅ । କିନ୍ତୁ ଆଉ ଫେରିବାରେ ନାଁ ଧରୁନି । ଘର ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀଣା ବାପା । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଲାଣି...

World Homeless Day more than 17 lakhs people do not have home delhi
World Homeless Day: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସତ୍ତ୍ୱେ ଆଜି ବି ଅନେକ ଗୃହହୀନ

ଆଜି ସାରା ବିଶ୍ୱ ପାଳୁଛି ‘ବିଶ୍ୱ ଗୃହହୀନ ଦିବସ’। ଏହି ଆନ୍ତର୍ଜାତୀୟ ଦିନ ଉନ୍ନତ ନୀତି ଏବଂ ପାଣ୍ଠି ଦାବି କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଯାହା ଭୂମିହୀନଙ୍କୁ ସହାୟତା ଦେଇଥାଏ।

Proper road and drinking water still a distant dream for these villagers in Odisha’s Rayagada
ବିକାଶ ଏମାନଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି

ଲୋକେ ଏବେବି ବି ଜୀଉଁଛନ୍ତି କଣ୍ଟକିତ ଜୀବନ । କାରଣ ଗାଁରେ ନା ଅଛି ଭଲ ରାସ୍ତା ନା ପିଇବା ପାଣି ....ନା ବିଦ୍ୟୁତ୍ ସଂଯୋଗ । ରାସ୍ତାରେ ମୋରମ କିଛି ପଡ଼ିଥିବା ବେଳେ ବାଇକରେ ଯିବା ବି ସମ୍ଭବ ହେଉନାହିଁ । ସେପଟେ ନଳକୂପ ଅଛି ହେଲେ ବାହାରୁନି ପାଣି ।

Massive irregularities exposed in meals served for patients in Boudh DHH
ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତଃବିଭାଗ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ । ଡାକ୍ତରଖାନାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ସପ୍ତାହର ସାତ ଦିନରେ ବିଭିନ୍ନ ଖାଦ୍ୟ ପ୍ରଦାନ କରାଯିବା ନେଇ ନିର୍ଦ୍ଧାରିତ ସାରଣୀ ରହିଛି । ହେଲେ ନିୟୋଜିତ ଠିକାସଂସ୍ଥା ସାରଣୀରେ ଉଲ୍ଲେଖ ଅଣ୍ଡା ଓ ପନିର ତରକାରୀ ବଦଳରେ ଆଳୁ ଝୋଳ ଦେଉଥିବା ଅଭିଯୋଗ l

Post Office
୫ ବର୍ଷ ହେଲା ଖୋଲୁନି ଡାକଘର, ଏବେ ଅବସ୍ଥା ନକହିବା ଭଲ

ଡାକଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।

Son Harassing Father
ପୁଅର ମାଡ଼ ଭୟରେ ଗଛ ତଳେ ଦିନ କାଟୁଛି ହତଭାଗା ବାପା

ବୁଢ଼ା ବରଗଛ ଯେବେ ପାଲଟେ ବୃଦ୍ଧଙ୍କ ସାହାରା । ଯାହାକୁ ଦୁଃଖ କଷ୍ଟରେ ଜନ୍ମ ଦେଇଥିଲେ, ଆଜି ତା’ରି ଡ଼ରରେ ଗଛ ତଳେ ଦିନ କାଟୁଛନ୍ତି ।

Special Story
ସାହାରା ପାଲଟିଲା ବୋଝ; ସିନ୍ଦୂର-ଶଙ୍ଖା-ସନ୍ତାନ ପାଇଁ ସଂଘର୍ଷ କରୁଛନ୍ତି ପୁଷ୍ପଲତା

ଗୋଟେ ଘରେ ସ୍ୱାମୀ, ଆର ଘରେ ପୁଅ । ସ୍ୱାମୀଙ୍କୁ ଲିଭର ସିରୋସିସ୍ ଆଉ ପୁଅ ଜନ୍ମରୁ ଅଟିଜିମ । କେତେ ବେଳେ କାହାକୁ ସମୟ ଦେବେ କାହାର ଚିକିତ୍ସା କରିବେ ଜାଣି ପାରୁ ନାହାନ୍ତି । ସେହି ଅଭାଗିନୀ ମହିଳା ହେଉଛନ୍ତି ଭୁବନେଶ୍ୱର ବିଡିଏ କଲୋନୀ ବାସିନ୍ଦା ପୁଷ୍ପଲତା ମହାନ୍ତି ।

Elderly man sells glasses for livelihood in Odisha's Baliguda
ବାଲିଗୁଡ଼ାର ପ୍ରିୟ ମଣିଷ

ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?

21-foot replica of elephant
ITI ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ବାର୍ତ୍ତା; ୩୫ ହଜାର ପାଣି ବୋତଲରେ ହାତୀର ପ୍ରତିକୃତି

"ସ୍ୱଚ୍ଛତା ହିଁ ପ୍ରକୃତ ସେବା"  ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି ନୂଆ କରି ଦେଖାଇବାର ଉଦ୍ୟମ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ।

special story
ମାଳତୀଙ୍କ ଆକାଉଣ୍ଟକୁ କେମିତି ଆସିଲା ୪୦ହଜାର ଟଙ୍କା?

ଯଦି ମାଳତୀ ସରକାରୀ ଯୋଜନାରେ ଆବାସ ପାଇବା ପାଇଁ ଅଯୋଗ୍ୟ ତେବେ ତାଙ୍କ ଆକାଉଣ୍ଟକୁ ୪୦ହଜାର ଟଙ୍କା ଆସିଲା କେମିତି ! ତାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ବ୍ଲକ ପ୍ରଶାସନ ପାଇଲେ କେମିତି !

NASA said the end date of earth
NASAର ଭୟଙ୍କର ଭବିଷ୍ୟବାଣୀ; ଏହିଦିନ ଶେଷ ହେବ ପୃଥିବୀ !

ତାରା, ଗ୍ରହ ଏବଂ ଉଲ୍‌କାପିଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିବା ପରେ ନାସା ବର୍ତ୍ତମାନ ଏକ ଭୟଙ୍କର ଭବିଷ୍ୟବାଣୀ କରିଛି। ପୃଥିବୀ ଶେଷ ହେବାର ତାରିଖ ଘୋଷଣା କରିଛି। ଏକ ବିଶାଳ ଗ୍ରହ ପୃଥିବୀକୁ ଧକ୍କା ଦେବ ଏବଂ ଏହା ବିନାଶ ହେବ ବୋଲି ନାସା କହିଛି।