ପ୍ରତିବର୍ଷ ୧୭ ନଭେମ୍ବରରେ ‘ଆନ୍ତର୍ଜାତୀୟ ଛାତ୍ର ଦିବସ’ ପାଳନ କରାଯାଏ। ଛାତ୍ରମାନଙ୍କ ଅଧିକାର, ସେମାନଙ୍କର ସ୍ୱର ଏବଂ ସେମାନଙ୍କର ଅବଦାନକୁ ଚିହ୍ନି ସେମାନଙ୍କୁ ସମ୍ମାନ ଦେବା ପାଇଁ ଏହି ଦିନ ପାଳନ କରାଯାଏ।
ଏହା କେବଳ ଛାତ୍ରମାନଙ୍କ ଜୀବନରେ ଶିକ୍ଷାର ମହତ୍ତ୍ୱକୁ ସୂଚିତ କରିବା ପାଇଁ ନୁହେଁ ବରଂ ସେମାନଙ୍କର ଅଧିକାର ଏବଂ ସଂଘର୍ଷ ବିଷୟରେ ସଚେତନତା ପାଇଁ ମଧ୍ୟ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ଦିନର ଇତିହାସ, ଗୁରୁତ୍ୱ ଏବଂ ଥିମ୍ କ’ଣ।
Also Read
ଇତିହାସ:
‘ଆନ୍ତର୍ଜାତୀୟ ଛାତ୍ର ଦିବସ’ ୧୭ ନଭେମ୍ବର ୧୯୩୯ର ଘଟଣାର ସ୍ମୃତି ଭାବରେ ଆରମ୍ଭ ହୋଇଥିଲା। ଏହି ଦିନ ଚେକୋସ୍ଲୋଭାକିଆର ଛାତ୍ର ଏବଂ ଶିକ୍ଷକମାନଙ୍କ ଦ୍ୱାରା ନାଜି ଜର୍ମାନୀର ଅତ୍ୟାଚାର ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ଚେକ୍ ଛାତ୍ରମାନେ ନାଜି ଶାସନ ଏବଂ ସେମାନଙ୍କର ନିଷ୍ଠୁର କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ଯେଉଁଥିରେ ଅନେକ ଛାତ୍ର ଓ ଶିକ୍ଷକଙ୍କୁ ଜେଲ୍ ଯିବାକୁ ପଡିଥିଲା।
କିଛି ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଥିଲା। ଏହି ଘଟଣା ପରେ ନଭେମ୍ବର ୧୭କୁ ଛାତ୍ରମାନଙ୍କ ସାହସିକତା ଏବଂ ସ୍ୱାଧୀନତା ପ୍ରତି ପ୍ରତିବଦ୍ଧତା ପାଇଁ ‘ଆନ୍ତର୍ଜାତୀୟ ଛାତ୍ର ଦିବସ’ ଭାବେ ଘୋଷଣା କରାଯାଇଥିଲା।
ମହତ୍ତ୍ୱ:
ପ୍ରତ୍ୟେକ ଛାତ୍ରଙ୍କ ଶିକ୍ଷାର ଅଧିକାରର ସୁରକ୍ଷା ତଥା ସମାଜକୁ ଶିକ୍ଷାର ଗଣତାନ୍ତ୍ରିକ ତଥା ସମାନ ବିତରଣ ପାଇଁ ‘ଆନ୍ତର୍ଜାତୀୟ ଛାତ୍ର ଦିବସ’ ପାଳନ କରାଯାଏ। ଏହି ଦିବସ ଛାତ୍ରମାନଙ୍କର ଅଧିକାର ଏବଂ ସେମାନଙ୍କର ସଂଘର୍ଷକୁ ଚିହ୍ନିବା ପାଇଁ ଏକ ଦିନ।
ଏହା ଛାତ୍ରମାନଙ୍କୁ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱକୁ ହୃଦୟଙ୍ଗମ କରିଥାଏ, ‘ଆନ୍ତର୍ଜାତୀୟ ଛାତ୍ର ଦିବସ’ର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ସେମାନଙ୍କର ବିଶ୍ୱସ୍ତରୀୟ ଦାୟିତ୍ୱ ସହିତ ଯୋଡିବା ଏବଂ ସେମାନଙ୍କୁ ସାମାଜିକ ପରିବର୍ତ୍ତନରେ ପ୍ରେରଣା ଦେବା।
ଏହା ଛାତ୍ରମାନଙ୍କୁ ସ୍ମରଣ କରାଏ ଯେ ସେମାନଙ୍କର ଶିକ୍ଷା କେବଳ ସେମାନଙ୍କର ବ୍ୟକ୍ତିଗତ ବିକାଶ ପାଇଁ ନୁହେଁ ବରଂ ସମାଜ ଏବଂ ରାଷ୍ଟ୍ର ଗଠନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଥିମ୍:
ପ୍ରତିବର୍ଷ ‘ଆନ୍ତର୍ଜାତୀୟ ଛାତ୍ର ଦିବସ’ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ସ୍ଥିର କରାଯାଏ, ଯାହା ଛାତ୍ରମାନଙ୍କ ସମ୍ମୁଖୀନ ହେଉଥିବା ବିଶ୍ୱସ୍ତରୀୟ ସମସ୍ୟା ଉପରେ ଧ୍ୟାନ ଦେଇଥାଏ। ଏହି ଥିମ୍ ଶିକ୍ଷା, ସମାନତା, ରୋଜଗାର, ଡିଜିଟାଲ୍ ଯୁଗରେ ଛାତ୍ରମାନଙ୍କ ଆହ୍ୱାନ ଉପରେ ଧ୍ୟାନ ଦେଇଥାଏ। ଚଳିତ ବର୍ଷର ଥିମ୍ ହେଉଛି ‘ଛାତ୍ରଙ୍କ ଭବିଷ୍ୟ ପାଇଁ ସମଗ୍ର ଶିକ୍ଷା’।
ଛାତ୍ରଙ୍କ ପାଇଁ ୧୦ଟି ଅଧିକାର:
ଏମିତି କିଛି ଅଧିକାର ଅଛି ଯାହାକୁ ପ୍ରତ୍ୟେକ୍ ଛାତ୍ର ଉପଭୋଗ କରୁବା ଜରୁରୀ। ଆସନ୍ତୁ ସେହି ଅଧିକାରଗୁଡିକ ଜାଣିବା ଆଉ ଏଥିରୁ ବଞ୍ଚିତ ହେବେ ସ୍ୱର ଉତ୍ତୋଳନ କରିବା।
- ଛାତ୍ରମାନେ ସେମାନଙ୍କର ଶିକ୍ଷା ଏବଂ ସୁସ୍ଥତା ପାଇଁ ପର୍ଯ୍ୟାପ୍ତ ସମର୍ଥନ ଏବଂ ପରାମର୍ଶ ପାଇବା ଉଚିତ
- ଛାତ୍ରମାନେ ସାମାଜିକ ସମର୍ଥନ ପାଇବା ଉଚିତ
- ଛାତ୍ରମାନଙ୍କର ଆର୍ଥିକ ସ୍ୱାଧୀନତାର ଅଧିକାର ରହିବା ଉଚିତ
- କୌଣସି ଭେଦଭାବପୂର୍ଣ୍ଣ କାର୍ଯ୍ୟ ବିରୁଦ୍ଧରେ ଛାତ୍ରମାନଙ୍କର ସ୍ୱର ଉତ୍ତୋଳନ କରିବାର ଅଧିକାର ରହିବା ଉଚିତ
- ଛାତ୍ରମାନେ ସାମାଜିକ ମିଳନ ପାଇଁ ସ୍ଥାନ ପାଇବା ଉଚିତ
- ଛାତ୍ରମାନଙ୍କୁ ସେମାନଙ୍କର ଶିକ୍ଷାଗତ ବିକାଶ ସହିତ ସାମାଜିକ ସମର୍ଥନର ଲାଭ ମିଳିବା ଉଚିତ
- ଶିକ୍ଷକମାନଙ୍କୁ ଛାତ୍ରମାନଙ୍କୁ ମାଡ଼ ମାରିବା କିମ୍ବା ଅପମାନିତ କରିବାକୁ ଅନୁମତି ନାହିଁ
- ଛାତ୍ରମାନଙ୍କୁ ଶାରୀରିକ ଦଣ୍ଡ ଦିଆଯାଇପାରେ ଯଦି ସେ ଶିକ୍ଷକଙ୍କ ସହ ଅସଦାଚରଣ କରନ୍ତି କିମ୍ବା ବିଦ୍ୟାଳୟରେ ହିଂସା କରନ୍ତି
- ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଗ୍ରହଣ କରିବାର ଅଧିକାର ଅଛି
- ପ୍ରତ୍ୟେକ ଛାତ୍ର ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ ଉପଭୋଗ କରିପାରିବେ