/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743064525.jpg)
ପଡ଼ା ଥିଲା, ଗାଁ ହେଲା
ବର୍ଷେ ଭିତରେ ୨୬୩ ପଡ଼ା ଗାଁକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରାଗଲାଣି । ୧୪୭ ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ବିଚାରାଧୀନ ଅଛି । ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ । ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାରକେସନ କରାଯାଉଛି । ଏହି କାମ ୬ରୁ ୭ ଦିନରେ ସରିବ । ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରନ୍ତୁ । ରାଜସ୍ୱ ଗାଁ ଏକ ସ୍ୱୀକୃତି। ଯେଉଁଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ । ବିଧାୟକ ଦୁଷ୍ମନ୍ତ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଅଧିକ ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ
ସେହିପରି ବୋର୍ଡ ଅଫ ରେଭିନ୍ୟୁ ୧୦୫୩ ଗାଁକୁ ରାଜସ୍ୱ ଗାଁ ଭାବେ ଘୋଷଣା କରିଛି । ବିଗତ ସରକାରରେ ଧିମା ପ୍ରକ୍ରିୟା ପାଇଁ ମାତ୍ର ୩୦୭ ଗାଁ ଭୂଲେଖରେ ଅପଲୋଡ୍ ହୋଇଛି । ଅବଶିଷ୍ଟ ୭୦୦ରୁ ଅଧିକ ଗାଁ ଏ ଯାଏଁ ଅପଡେଟ୍ ହୋଇନି । ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)