Advertisment

କାସିମ୍‌ ଚାଚାଙ୍କ ମହାନତା, ୪ ବର୍ଷ ଧରି ଗରିବଙ୍କୁ ମାଗଣାରେ ବାଣ୍ଟୁଛନ୍ତି ଖାଦ୍ୟ

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା । ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ । କେତବେବେଳେ ଜୋତା ତ ପୁଣି କେତେବେଳେ ଛତା । ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Qasim Chacha

Qasim Chacha

କାସିମ ଚାଚାଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଗରୀବ ଲୋକଙ୍କୁ ମାଗଣା ଜୋତା, ଛତା ଓ ଖାଦ୍ୟ ଦେଇ ଗତ ୪ ବର୍ଷ ହେଲା ଚର୍ଚ୍ଚାରେ ଅଛନ୍ତି କାସିମ୍‌ । ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତିକୁ ନେଇ ତାଙ୍କୁ ସବୁବେଳେ ପ୍ରଶଂସା କରାଯାଏ । କେବଳ ପ୍ରଶଂସା ନୁହେଁ ବରଂ ବିଦେଶରୁ ସହାୟତା ବି ମିଳେ । ଆଉ ସେହି ସହାୟତା ଟଙ୍କାରେ କାସିମ ଗରିବ ଭୋକିଲାମାନଙ୍କୁ ମାଗଣା ଖାଇବା ସହ ଜୋତା, ଛତା ଇତ୍ୟାଦି ଦିଅନ୍ତି ।

Advertisment

ଗରିବ ଲୋକଙ୍କୁ ମାଗଣା ପେଟପୂରା ଖାଇବା ଦେଉଛନ୍ତି କାସିମ୍‌ । ରାୟଗଡ଼ା ଜିଲ୍ଲା ସଦର ବ୍ଲକ କଲ୍ୟାଣସିଂହପୁର ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ବହୁ ଚର୍ଚ୍ଚିତ କଷିମ୍ ଚାଚାଙ୍କ ମାଗଣା ହୋଟେଲକୁ ନେଇ ସବୁଠି ଚର୍ଚ୍ଚା । ଚିକେନ୍‌ ବିରିୟାନି ସାଙ୍ଗକୁ ଜୋତା ବଂଟା ମଧ୍ୟ ବାଣ୍ଟୁଛନ୍ତି। କାସିମ୍‌ ନିଜ ହାତରେ ଲୋକମାନଙ୍କୁ ଖାଦ୍ୟ ମଧ୍ୟ ପରସି ଦିଅନ୍ତି । ଆଉ ଭୋକିଲା ପେଟରେ ଆହର ପଡ଼ିବା ପରେ ସେମାନେ କେତେ ଖୁସି ହେଉଥିବେ ଆପଣ ନିଶ୍ଚୟ ବୁଝିପାରୁଥିବେ ।

ଖାଲି ଖାଇବା କାହିଁକି ଲୋକଙ୍କୁ ଜୋତା ବାଂଟୁଛନ୍ତି କାସିମ୍‌ । ଆଉ ଯେଉଁମାନେ ଜୋତା ପାଉଛନ୍ତି ସେମାନେ କାସିମ୍‌ଙ୍କ ମୁଣ୍ଡରେ ହାତ ଥୋଇ ଅଜାଡି ଦେଉଛନ୍ତି ଆଶୀର୍ବାଦ୍‌। କାସିମ୍‌ ଯେଉଁ କାମ କରୁଛନ୍ତି ଏହାକୁ ତ ହିଁ ମାଧବ ସେବା କୁହନ୍ତି। ଆଉ ବସସ୍କ ଲୋକମାନେ ଯେଉଁ ଆଶୀର୍ବାଦ ୟାଙ୍କ ମୁଣ୍ଡରେ ଅଜାଡ଼ି ଦେଉଛନ୍ତି ମଣିଷ ଜୀବନରେ ଏହାଠୁ ଅଧିକ ବା ଆଉ କଣ ଦରକାର?

Advertisment

୨୪ବର୍ଷ ପୂର୍ବେ କାସିମ ଚାଚାଙ୍କ ପରିସ୍ଥିତି ଏପରି ନଥିଲା। ସେ ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଉନଥିଲେ। ପରିବାରକୁ ସାଙ୍ଗରେ ନେଇ ଆନ୍ଧ୍ରରୁ ପଳାଇ ଆସିଥିଲେ କଲ୍ୟାଣସିଂହପୁର। ଆଉ ପରେ ଦୋକାନ କରିବା ପରେ ତାଙ୍କ ପରିସ୍ଥିତିରେ ଅନେକ ସୁଧାର ଆସିଥିଲା। ହେଲେ ନିଜର ପୁରୁଣା ଦିନକୁ ଭୁଲି ନଥିଲେ କାସିମ୍‌। ସେଥିପାଇଁ ସପ୍ତାହରେ ଗୋଟିଏ ଦିନ ଗରିବ ଓ ଭୋକିଲାଙ୍କୁ ମାଗଣା ଖାଇବା ଦେବା ସହ ନିଜ ସକ୍ଷମ ଅନୁସାରେ ଜିନିଷ ଦେଉଛନ୍ତି କାସିମ୍‌।

କାସିମ୍‌ଙ୍କ ଏପରି ମହତ୍‌ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ପରେ ବିଦେଶରୁ ମଧ୍ୟ କାସିମ୍‌ ଚାଚାଙ୍କୁ ସାହାଯ୍ୟ ମିଳିଥିଲା । କିନ୍ତୁ ଏବେ କାସିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ହେଲେ ଏବେ ବି ଲୋକଙ୍କୁ ମାଗଣାରେ ଖାଇବା ଦେଉଛନ୍ତି କାସିମ୍‌। ଲୋକଙ୍କ ଆର୍ଥିକ ସ୍ଥିତି ଭଲ ଥିଲେ ମଧ୍ୟ ସାହାଯ୍ୟ କରିବାର ମନୋବୃତ୍ତି ଅନେକଙ୍କ ପାଖରେ ନଥାଏ। ହେଲେ କାସିମ୍‌ଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲେ ମଧ୍ୟ ଗରିବ ଦୁଃଖ ବୁଝିଛନ୍ତି କାସିମ୍‌। ସତରେ କାସିମ୍‌ଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ପଡ଼ିବ ନିଶ୍ଚୟ ।

ରିପୋର୍ଟର- ମଉଡ଼ି ବାରିକ

Special Story Qasim Chacha
Advertisment
Advertisment