• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଧା ନିର୍ମାଣ ହୋଇ ପଡ଼ିରହିଛି ବ୍ରିଜ୍‌ । ବିପଦପୂର୍ଣ୍ଣ ଭାବରେ ସାଇକେଲ ଧରି ବ୍ରିଜ ଉପରକୁ ଯାତାୟତ କରୁଛନ୍ତି ଲୋକେ । ଟିକିଏ ଅସାବଧାନ ହେଲେ ସିଧା ନଇରେ ପଡ଼ିବେ ଲୋକେ । ନିଜ ଜୀବନକୁ ବାଜି ଲଗାଇ ସେତୁ ଉପର ଦେଇ ନଇ ପାର୍‌ ହେଉଛନ୍ତି ଲୋକେ ।

ବର୍ଷା ଋତୁ ଆରମ୍ଭ ହୋଇଯାଉଛି । ନଈ ,ନାଳ ପାଣି ମଧ୍ୟ ଭର୍ତ୍ତି ହୋଇଯିବ । ଆଉ ଆସିକାରେ ପ୍ରବାହିତ ହେଉଥିବା ଋଷିକୂଲ୍ୟା ନଦୀ ବି ଦୁଇ କୂଳ ଛୁଇଁବ । ହେଲେ ସେହି ସେତୁର କାମ ଏବେ ସୁଦ୍ଧା ସରିଲା ନାହିଁ । ନଦୀର ଉଭୟ ପାର୍ଶ୍ୱରେ ପାଖାପାଖି ୫୦ ଖଣ୍ଡ ଗାଁ ରହିଛି। ଗାଁ ଲୋକଙ୍କ ଅସୁବିଧାକୁ ନଜରରେ ରଖି ୨୦୧୭ ମସିହାରେ ୨୦ କୋଟି ବ୍ୟୟରେ ଋଷିକୂଲ୍ୟା ନଦୀ ଉପରେ ଚେରମାରିଆଠୁ କେନ୍ଦୁପଦର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ୩ ବର୍ଷ ଭିତରେ କାମ ସରିବ କଣ ବରଂ ୫ ବର୍ଷ ହେଲାଣି କିନ୍ତୁ କାମ ସରୁନି। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବନ୍ୟା ଆସିଲେ ସେହି ଅଂଚଳବାସୀଙ୍କ ଦୁଃଖ ବଢିଯାଏ । ଗମନାଗମନ ଠାରୁ ଆରମ୍ଭ କରି ବ୍ୟବସାୟ,ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହୁଏ । ଲୋକଙ୍କ ପାଇଁ ସିନା ସେତୁ ନିର୍ମାଣ କରିଦେଲେ ହେଲେ ଆପ୍ରୋଚ ରୋଡ୍‌ କରିବାକୁ ଭୁଲିଗଲେ ସରକାର। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ ।

ନଇର ଏପରି ଅବସ୍ଥା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ନଇ ପାର ହେବା ପାଇଁ ୨୦ କିମି ରାସ୍ତା ବୁଲିବାକୁ ପଡ଼ୁଛି । ଆଉ ନଇରେ ପାଣି ବଢିଲେ ଲୋକଙ୍କ ଅସୁବିଧା ବଢୁଛି ସତ ହେଲେ ତାହାର ସମାଧାନ ହେଉନି । ତେବେ ଦେଖିବାକୁ ବାକି ରହିଲା କେବେ ଏମାନଙ୍କ ଦାବି ଶୁଣିବେ ସରକାର ।

ରିପୋର୍ଟର- ମନୋଜ ମୁନୀ