• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛତିଶଗଡ଼ରେ ଦଶମାସର ଶିଶୁକୁ ରେଲେୱେରେ ଚାକିରୀ । ପିତାମାତା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଲେୱେ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରୀ ଦିଆଯାଇଛି ।

ଶିଶୁର ପିତା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେୱେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ଚୋରଡ଼ାରେ ଥିବା ସରକାରୀ ବାସଭବନରେ ସେ ରହୁଥିଲେ । ଗତ ଜୁନ୍ ୧ ତାରିଖ ଦିନ ମୋଟର ସାଇକଲରେ ସ୍ତ୍ରୀ ମଞ୍ଜୁଲତାଙ୍କୁ ବସାଇ ଭିଲାଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଉଭୟ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା ।

ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ୱ ସହ ନେଇଥିଲା । ଏହାସହ ୧୦ ମାସର ଶିଶୁକୁ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଥିଲା । ଶିଶୁକନ୍ୟାକୁ ୧୮ ବର୍ଷ ହେବା ଯାଏ ବାପାଙ୍କ ଦରମା ସହ ସମାନ ଦରମା ପାଇବ । ଏହାପରେ ଯୋଗ୍ୟତା ଅନୁସାରେ ରେଲେୱେରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ଇଣ୍ଡିଆନ୍ ରେଲେୱେ ଇତିହାସରେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି ।