• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଇତିହାସ ରଚିଲେ ବାପ-ଝିଅ । ଏକାଠି ଉଡ଼ାଇଲେ ଯୁଦ୍ଧ ବିମାନ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ । ଭାରତୀୟ ଇତିହାସରେ ଯୋଡ଼ି ହେଲା ସୂର୍ଣ୍ଣିମ ଇତିହାସ । ଏକା ସାଙ୍ଗରେ ବିମାନ ଉଡ଼ାଇବା ପରେ ଖୁସି ଅଛନ୍ତି ଉଭୟ ବାପ-ଝିଅ ।

ଭାରତୀୟ ବାୟୁସେନାର ଏୟାର କମାଣ୍ଡର ସଞ୍ଜୟ ଶର୍ମା ନିଜ ଝିଅ ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମାଙ୍କ ସହିତ ଇନ୍ ଫରମେଶନରେ ଉଡାଣ ଭରିଛନ୍ତି । ଆଉ ଏହି ଉଡ଼ାଣକୁ ନେଇ ଏବେ ସାରା ଦେଶରେ ବଢିଛି ଚର୍ଚ୍ଚା । କୁହାଯାଉଛି କି ପୂର୍ବରୁ ଏପରି ଦୃଶ୍ୟ ଦେଖିବାକୁ ମିଳିନଥିଲା । ଏମିତିକି ଭାରତୀୟ ବାୟୁସେନାରେ ଏଭଳି ଘଟଣା ପ୍ରଥମଥର ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ଇନ ଫରମେଶନରେ ଉଡାଣ ଭରିଛନ୍ତି । ଅନନ୍ୟା ଗ୍ରାଜୁଏସନ ସାରିବା ପୂର୍ବରୁ ଯୁଦ୍ଧ ବିମାନ ଉଡାଇବା ନେଇ ପ୍ରଶିକ୍ଷଣ ନେଇଥିଲେ । ଆଉ ଏବେ ସେଇ ଯୁଦ୍ଧ ବିମାନ ଉଡ଼ାଇବାର ସୌଭାଗ୍ୟ ହାସଲ କରିଛନ୍ତି ଅନନ୍ୟା ।

ତେବେ ଏନେଇ ଅନନ୍ୟା କହିଛନ୍ତି, ଯୁଦ୍ଧ ବିମାନ ଉଡ଼ାଇବା ମୋର ସ୍ୱପ୍ନ ଥିଲା । ବିଶେଷ କରି ଆଇଏଏଫ୍‌ର ଫ୍ଲାଇଙ୍ଗ ପ୍ଲେନ୍‌ ଉଡ଼ାଇବାର ଇଚ୍ଛା ନେଇ ମୁଁ କୋଚିଂ ନେଉଥିଲି ବୋଲି ଅନନ୍ୟା କହିଛନ୍ତି । ୨୦୨୧ ମସିହାରେ ଜଣେ ଯୁଦ୍ଧ ବିମାନ ପାଇଲଟ୍‌ ଭାବରେ ସେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କ ବାପା ସଞ୍ଜୟ ଶର୍ମା ୧୯୮୯ ମସିହାରେ ବାୟୁସେନାରେ ଯୋଗ ଦେଇଥିଲେ । ଏମିତି ଯୁଦ୍ଧ ବିମାନ ଚଳାଇବାରେ ତାଙ୍କର ଅନେକ ଅଭିଜ୍ଞତା ରହିଛି । ହେଲେ ଝିଅ ସହ ବିମାମ ଉଡ଼ାଇର ଅନୁଭୂତି ବହୁ ଅଲଗା ବୋଲି ସେ କହିଛନ୍ତି । ସେ ଯାହା ବି ହେଉ, ଜଣେ ବାପା-ଝିଅ ଏକାଠି ବିମାନ ଉଡ଼ାଇବାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।