/odishatv-khabar/media/post_attachments/uploadimage/library/16_9/16_9_0/____1662522478.jpg)
Two Killed In Road Accident
ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି। ମୃତ୍ୟୁ ଏମିତି ଏକ ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥରେ। ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।
ମୃତକ ହେଲେ- ସାକ୍ଷୀଗୋପାଳ ହୋତା ସାହିର ସୂର୍ଯ୍ୟକାନ୍ତ ସାହୁ ଓ ପୁରୀ ରେ କାର୍ଯ୍ୟରତ ମହିଳା କନେଷ୍ଟବଲ ସୁଷମା ମିଶ୍ର। ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ୩ ଜଣ ବ୍ୟକ୍ତି ବାଇକ୍ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗୋଟିଏ ବାଇକ୍ରେ ସୂର୍ଯ୍ୟକାନ୍ତ, ସୁଷମା ଓ ଅନ୍ୟଜଣେ ବ୍ୟକ୍ତି ଅନ୍ତିମ ସଂସ୍କାର ସାରି ପୁରୀ ସ୍ୱର୍ଗଦ୍ୱାରରୁ ଫେରୁଥିଲେ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ଟ୍ରକ୍ ପଛରେ ବାଇକ ଧକ୍କା ହେବା ଫଳରେ ସୂର୍ଯ୍ୟକାନ୍ତ ଓ ସୁଷମାଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)