Advertisment

ଫୁଟ୍‌ଫାଥ୍‌ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୪ ମୃତ

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ  ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ଡିଭାଇଡର୍‌ ଉପରେ ଶୋଇଥିବା ୬ ଜଣ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hit And Run Case

4 Killed As Speeding Truck Mowed Down Them While Sleeping On Road Divider

ଦିଲ୍ଲୀରେ ହିଟ୍ ଆଣ୍ଡ୍‌ ରନ୍। ରୋଡ୍‌ ଡିଭାଇଡର୍‌ ଉପରେ ଶୋଇଥିବା ବେଳେ ଲୋକଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସୀମାପୁରୀ ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଫୁଟ୍‌ପାଥ୍‌ରେ ୬ ଜଣ ଲୋକ ଶୋଇଥିବା ବେଳେ ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

Advertisment

ମୃତକମାନେ ହେଲେ- କରୀମ(୫୨), ଛୋଟେ ଖାନ୍‌ସ(୨୫), ଶାହ ଆଲାମ(୩୮) ଓ ରାହୁଲ(୪୫)। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣଙ୍କର ଓ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆହତ ଦ୍ୱୟଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ  ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ଡିଭାଇଡର୍‌ ଉପରେ ଶୋଇଥିବା ୬ ଜଣ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ମନୀଷ ଓ ପ୍ରଦୀପଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ଟ୍ରକ୍ ଡ୍ରାଇଭରଙ୍କୁ ଧରିବା ଲାଗି ଟିମ୍‌ ଗଠନ କରାଯାଇଛି। ଏହାସହ ଏକ ମାମଲା ରୁଜୁ କରାଯାଇ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Hit And Run Case In Delhi Hit And Run Case Road Accident
Advertisment
Advertisment