Advertisment

ରାସ୍ତା ପାର୍ ହେଉଥିବା ବେଳେ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଗଲା

ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଏବଂ ପଥଚାରୀଙ୍କ ମୃତ୍ୟୁ ଘଟିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Road Accident

Road Accident

ସମ୍ବଲପୁରରେ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ୫୩ ନମ୍ବର ଜାତୀୟ ରାଜପଥ ବରେଇପାଲି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ ହେଉଥିବା ବେଳେ ଗୋଟିଏ ବାଇକ୍ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଏବଂ ପଥଚାରୀଙ୍କ ମୃତ୍ୟୁ ଘଟିଛି। ବାଇକ ଆରୋହୀ ଦୁଇ ଜଣ ହୀରାକୁଦରୁ ସମ୍ବଲପୁର ଯାଉଥିଲେ। 

Advertisment

ତେବେ ରାତିରେ ବାଇକ୍‌ ଆରୋହୀ ଜଣକ ଅଧିକ ବେଗରେ ବାଇକ୍‌ ଚଲାଉଥିଲେ। ସେହି ସମୟରେ ପଥଚାରୀ ରାସ୍ତା ଅତିକ୍ରମ କରୁଥିଲେ। ତେବେ ଅନ୍ଧାର ହୋଇଥିବାରୁ ବାଇକ୍‌ ଆରୋହୀ ଜଣକ ଭାରସାମ୍ୟ ହରାଇ ପଥଚାରୀକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Road Accident
Advertisment
Advertisment