Advertisment

ଏକ୍ସପ୍ରେସ୍‌ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୮ ଜୀବନ

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡବଲ୍‌ ଡେକର୍‌ ବସ୍‌କୁ ଆଉ ଏକ ଡବଲ୍‌ ଡେକର୍‌ ବସ୍‌ ପଛପଟୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
8 Killed In Collision Of Double-Decker Buses

8 Killed In Collision Of Double-Decker Buses

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡବଲ୍‌ ଡେକର୍‌ ବସ୍‌କୁ ଆଉ ଏକ ଡବଲ୍‌ ଡେକର୍‌ ବସ୍‌ ପଛପଟୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ସେମାନଙ୍କୁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଲୋନି କୋଟ୍ରା ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ମଦରାହ ଗାଁ ନିକଟରେ ଦୁର୍ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ୨ଟି ବସ୍‌ ବିହାରର ସୀତାମରହି ଓ ସୁପୌଲରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଗୋଟିଏ ବସ୍‌ ଏକ୍ସପ୍ରେସ୍‌ୱେରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ବସ୍‌ ଆସି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ୍‌ ଓ ରେସ୍କ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। 

ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। 

Advertisment

ସୂଚନାଥାଉ କି, ଗତ ଜୁନ୍‌ ୧୫ରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ସୁଲତାନପୁରର ଦୋସ୍ତପୁର ଥାନା ଅନ୍ତର୍ଗତ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ କାର୍‌-ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ କାର୍‌ରେ ୬ ଜଣ ଲୋକ ଥିଲେ। 

Bus Accident Road Accident Accident UP Expressway
Advertisment
Advertisment