Advertisment

ମନ୍ଦିର ଦର୍ଶନ ସାରି ଫେରିବା ବେଳେ ମାଡ଼ିଆସିଲା କାଳ, ୨୪ ଜଣଙ୍କ ଚାଲିଗଲା ଜୀବନ

ଅନ୍ଧାର ଭିତରେ ପାଣିରେ ବୁଡିଯାଇଥିଲେ ଅନେକ ଶ୍ରଦ୍ଧାଳୁ।

author-image
Chandan Shishu
ଅଦ୍ୟତନ ହୋଇଛି
Ten killed after tractor-trolley falls into pond in Uttar Pradesh

Ten killed after tractor-trolley falls into pond in Uttar Pradesh

ଉତ୍ତର ପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨୪ରୁ ଅଧିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଥିବା ଜଣାପଡିଛି।ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଦେବୀ ଦର୍ଶନ ପାଇଁ ଟ୍ରାକ୍ଟରରେ ଉନ୍ନାଓ ଯାଇଥିଲେ ଶ୍ରଦ୍ଧାଳୁ। ଫେରିବା ବେଳେ ଘାତମପୁର ନିକଟରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଥିଲା ଟ୍ରାକ୍ଟର।

Advertisment

ଅନ୍ଧାର ଭିତରେ ପାଣିରେ ବୁଡିଯାଇଥିଲେ ଅନେକ ଶ୍ରଦ୍ଧାଳୁ। ଦୁର୍ଘଟଣା ପରେ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିଲା। ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଁଏ ଏବଂ ଆହତଙ୍କୁ ୫୦ ହଜାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।   

Road Accident
Advertisment
Advertisment