Advertisment

ଦୁର୍ଘଟଣାରେ ଚାଲିଗଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ପେଶାଲ୍‌ ଡ୍ୟୁଟି ଅଫିସରଙ୍କ ଜୀବନ

ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ OSD ମୋତିଲାଲ୍‌ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କୌଣସି ଜନ୍ତୁକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP CM Yogi Adityanath OSD Motilal dies in road accident

UP CM Yogi Adityanath OSD Motilal dies in road accident

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ OSD( Officer on Special Duty) ମୋତିଲାଲ୍‌ ସିଂଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବସ୍ତି ଜିଲ୍ଲା ମୁଣ୍ଡେରଭା ଥାନା ଅନ୍ତର୍ଗତ NH-28 ଖଝୌଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଥିବା ସ୍କର୍ପିଓ ନିୟନ୍ତ୍ରଣ ହରାଇ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି। ଗାଡ଼ିରେ ମୋତିଲାଲ୍‌ ଓ ତାଙ୍କ ପତ୍ନୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉ ଥିଲେ। 

Advertisment

ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ OSD ମୋତିଲାଲ୍‌ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୋରଖପୁର ମେଡିକାଲ୍‌ କଲେଜକୁ ରେଫର୍‌ କରାଯାଇଛି। ମୋତିଲାଲ୍‌ଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। କୌଣସି ଜନ୍ତୁକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। 

ସୂଚନା ଅନୁସାରେ, OSD ମୋତିଲାଲ୍‌ ସିଂ କୌଣସି କାମରେ ଲକ୍ଷ୍ନୌ ଯାଉଥିଲେ। ଏହି ସମୟରେ ମୁଣ୍ଡେରଭା ସ୍ଥିତ NHରେ ହଠାତ୍‌ ଏକ ଜନ୍ତୁ ଗାଡ଼ି ସାମ୍ନାକୁ ଆସି ଯାଇଥିଲା। ଯାହାକୁ ବଞ୍ଚାଇବାକୁ ଯାଇ ଦ୍ରୁତ ଗତିରେ ଥିବା ମୋତିଲାଲ୍‌ଙ୍କ ଗାଡ଼ି ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓର ସାମ୍ନା ପଟ ପୁରା ନଷ୍ଟ ହୋଇଯାଇଛି। 

Advertisment

ସୂଚନାଥାଉ କି, ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ସ୍ଥିତ କ୍ୟାମ୍ପ୍‌ ଅଫିସରେ ମୁତୟନ ଥିବା OSD ମୋତିଲାଲ୍‌ ସିଂଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।  

Road Accident CM Yogi Adityanath UP CM Yogi Adityanath CM Yogi Adityanath OSD Death
Advertisment
Advertisment