Advertisment

ବାଇକ୍‌ରେ ଯାତ୍ରା ଦେଖି ଯାଉଥିଲେ ୫ ସାଙ୍ଗ , ପିଟି ଦେଲା ଟ୍ରକ

ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଯାଉଥିଲେ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା । ୫ ଜଣ ସାଙ୍ଗ ଛିଟିକି ପଡିଲେ।

author-image
Minati Mishra
ଅଦ୍ୟତନ ହୋଇଛି
Road Accident In Khallikot

Accident at Khallikot

ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଯାଉଥିଲେ। ରାତି ଅନ୍ଧାରରେ ଗାଡି ଲାଇଟରେ ଆଗକୁ ଗଡୁଥାଏ ବାଇକ । ଗପସପ ଥଟ୍ଟାମଜ୍ଜା ଭିତରେ ମଜ୍ଜି ଯାଇଥାନ୍ତି ୫ ସାଙ୍ଗ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ତାଙ୍କ ଖୁସିର ଜୁଆର ଏମିତି ଭଟ୍ଟା ଭଡିଯିବ ବୋଲି କାହିଁକି ବା ଭାବିବେ ସେମାନେ ? ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା । ୫ ଜଣ ସାଙ୍ଗ ଛିଟିକି ପଡିଲେ। ଚାଲିଗଲା ୨ ଜଣଙ୍କ ଜୀବନ।

Advertisment

ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  ଖଲ୍ଲିକୋଟ ବଡ଼ଘାଟି ନିକଟରେ। ଗତ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ କମଳାପଦର ଗାଁର ଦିଲ୍ଲୀପ ପାହାନ,  ବେଢ଼ଛେଲୁ ଗାଁର ଶ୍ରୀକାନ୍ତ ସାହୁ,  ଖଲ୍ଲିକୋଟର ରାଜେଶ ସାହୁ, ବାନାମ୍ବର ସାହୁ, ବୁରୁଝରି ନୁଆଗାଁର ସନ୍ତୋଷ ରାଉତ ୫ ଜଣ ମିଶି ୨ଟି ବାଇକ୍‌ରେ ନିକଟସ୍ଥ କନକା ଗାଁକୁ ଯାତ୍ରା ଦେଖି ଯାଉଥିଲେ।  ଏହି ସମୟରେ ସାନଘାଟିଠାରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ୫ଜଣ ସାଙ୍ଗ ଉପରେ ମାଡ଼ି ଯାଇଥିଲା।

ଅଧିକ ପଢ଼ନ୍ତୁ: ସଡ଼କ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ, ଆସିଲା ନୂଆ ନିୟମ

ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେବାପରେ ଗାଡ଼ିଟି କିଛି ବାଟ ଘୋଷାରି ଯାଇଥିଲା। ପରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ବାଇକ ଆରୋହୀ ଆହତ ହୋଇଥିଲେ। ସେହିପରି ଦୁର୍ଘଟଣା ଘଟାଇ ଖସି ଯିବାକୁ ଉଦ୍ୟମ କରିବାବେଳେ ଖଲ୍ଲିକୋଟ ବଡ଼ଘାଟିଠାରେ ଟ୍ରକଟି ମଧ୍ୟ ଓଲଟି ପଡିଥିଲା ।  ଗାଡି ତଳେ ଚାପି ହୋଇ ରହିଥିବା ଡ୍ରାଇଭରକୁ ୩ ଘଣ୍ଟାର ପରିଶ୍ରମ ପରେ ବାହାର କରିଥିଲେ ।  ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିଲା।

Advertisment

ମୃତକମାନେ ସ୍ଥାନୀୟ କମଳାପଦର ଗାଁର କମଳାପଦର ଗାଁର ଦିଲ୍ଲୀପ ପାହାନ ଓ ବେଢ଼ଛେଲୁ ଗାଁର ଶ୍ରୀକାନ୍ତ ସାହୁ। ସେହିପରି   ଖଲ୍ଲିକୋଟର ରାଜେଶ ସାହୁ, ବାନାମ୍ବର ସାହୁ, ବୁରୁଝରି ନୁଆଗାଁର ସନ୍ତୋଷ ରାଉତଙ୍କ ସମେତ ଟ୍ରକ୍ ଡ୍ରାଇଭର ସିତୁ ଯାଦବ ଆହତ ହୋଇଛନ୍ତି ।  ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  ।

Road Accident
Advertisment
Advertisment