• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ୭ ଦିନ ଧରି ଚାଲିବ।  ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀରୁ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଝୁଲଣଯାତ୍ରା ହେବ। 

ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ। ସେସବୁ ସ୍ଥାନରେ ଆକର୍ଷଣୀୟ ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି।

ସେପଟେ ବଡ଼ ଓଡ଼ିଆ ମଠର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁ ଝୁଲଣଯାତ୍ରା ବନ୍ଦ ହୋଇଯାଇଛି । କେବଳ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରାଯାଇଛି। ଓଡ଼ିଆ ମଠରେ ଗତ ୩ ବର୍ଷ ହେଲାଣି ଝୁଲଣଯାତ୍ରା ବନ୍ଦ ହୋଇଗଲାଣି।

କେବଳ ପରମ୍ପରା ବଞ୍ଚି ରହିଛି। ଝୁଲଣ ମଣ୍ଡପର ସ୍ଥିତି ବେହାଲ ହୋଇପଡିଛି । 

 

  • Reported by:
  • MADHUSUDAN MISHRA