• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Panchayat Elections

Bhadrak Politics
ସେବା ମନୋବୃତ୍ତି: ନିର୍ବାଚନରେ ପ୍ରାର୍ଥୀ ହେଲେ କିନ୍ନର

କିନ୍ନର , କିନ୍ତୁ ସେ ବି ଜଣେ ମଣିଷ । ଲୋକଙ୍କ ଗହଣରେ ରହିବା ସହ ସାଧାରଣ ଜୀବନଯାପନ ପାଇଁ ଏମାନେ ମଧ୍ୟ ଇଚ୍ଛୁକ । ଅନେକ ସମୟରେ ଟାହିଟାପରାର ଶିକାର ହୁଅନ୍ତି । କିନ୍ତୁ ଏବେ ଏହି କିନ୍ନର ମାନେ ମଧ୍ୟ ସ୍ୱାବଲମ୍ବୀ ହେଲେଣି ଓ ଆତ୍ମନିର୍ଭରଶୀଳ ହୋଇ ସାଧାରଣ ଜୀବନ ଯାପନ ମଧ୍ୟ କଲେଣି

election campaign
ଭାଉଜଙ୍କ ପାଇଁ ପ୍ରଚାର କରୁଛି କୁନି ଝିଅ, ହାତଯୋଡ଼ି ଭୋଟରଙ୍କୁ ମାଗୁଛି ଭୋଟ

କୁନି ନଣନ୍ଦ ସଂଗୀତା ଭାଉଜଙ୍କ ସହ ପ୍ରଚାର କରିବା ପାଇଁ ଜିଦ ଧରି ଘରୁ ବାହାରୁଛି । ଆଉ ଗାଁ ଗାଁ ବୁଲିବା ବେଳେ ପ୍ରଥମେ ଯାଇ ଭୋଟରଙ୍କୁ ଭେଟୁଛି ।

kandhamal
ବିକାଶ ରାସ୍ତାରେ କେତେ ଆଗକୁ ବଢିଛି କନ୍ଧମାଳ?

ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।

sonepur
କୃଷି ଓ କୃଷକର ଜିଲ୍ଲା ସୁବର୍ଣ୍ଣପୁରରେ କିଏ ମାରିବ ବାଜି ?

ସୁବର୍ଣ୍ଣପୁରରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାକାର ରାଜନୀତି ଟିକିଏ ଅଲଗା । କାରଣ ଏଠି ପଂଚାୟତରେ ଲୋକେ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲା ବେଳେ ସାଧାରଣ ନିର୍ବାଚନରେ ଜନମତ ଯାଇଛି ବିଜେଡି ସପକ୍ଷରେ । ତେଣୁ ଚଳିତ ପଂଚାୟତ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର ।

election
ନିର୍ବାଚନୀ ରଣାଙ୍ଗନରେ ସ୍ୱାମୀସ୍ତ୍ରୀ ! ସମ୍ବଳ ନଥିବାରୁ ସାଇକେଲରେ ସାଥୀ ହୋଇ ମାଗୁଛନ୍ତି ଭୋଟ୍

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଶାଶଙ୍ଗ ପଞ୍ଚାୟତ । ୭ ଟି ଗାଁର୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ। ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ପ୍ରଚାର। ଉଭୟ ସ୍ୱାମୀ-ସ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଓ ସରପଞ୍ଚରେ ନିର୍ବାଚନ ଲଢ଼ୁଛନ୍ତି

malkangiri
କାହାକୁ ବାଛିବେ ମାଲକାନଗିରି ଜନତା ? ପ୍ରତିଥର ଭଳି ଏଥର ବି ବଦଳିବ କି ଭୋଟରଙ୍କ ମୁଡ୍ ?

ମାଲକାନଗିରି ପଂଚାୟତ ନିର୍ବାଚନରେ ଏଠି ପ୍ରତିଥର ବଦଳିଛି ଭୋଟରଙ୍କ ମୁଡ୍ । କହିବାକୁ ଗଲେ, ପ୍ରତିଥର ନେତାଙ୍କୁ ପରଖୁଛନ୍ତି ମାଲକାନଗିରିର ସଚେତନ ଜନତା । ଗତ ପଂଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ କିନ୍ତୁ ଭୋଟରଙ୍କ ଆସ୍ଥା ବିଜେପି ଉପରେ ରହିଛି

Rayagada
ରାୟଗଡ଼ାରେ ରାଜ୍‌ କରିବ କିଏ?

ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ଜମି କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହୋଇଯାଉଛି। ପୁଣି ଦୀର୍ଘ ଦିନ ଧରି ଦାବି ସତ୍ତ୍ୱେ ବି ନିର୍ମାଣ ହୋଇପାରୁନି ଆଡିବନ୍ଧ।

gajapati
କାହାର ହେବ ଗଜପତି ଜିଲ୍ଲା ପରିଷଦ? ଏଥର କିଏ ମାରିବ ବାଜି ?

ଗଜପତି ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ତିନିଥର କଂଗ୍ରେସ ପରେ ବିଜେଡି ଏବଂ ତାପର ନିର୍ବାଚନ ଜିତି ବିଜେପି ଗଢିଥିଲା ପରିଷଦ । ଗତ ତିନିଟି ନିର୍ବାଚନର ଫଳାଫଳ କହୁଛି ଯେ ଜିଲ୍ଲାରେ ବଦଳିଛି ଭୋଟରଙ୍କ ମୁଡ୍ । ଆଉ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି ।

Political Journey Of Over 55 Years
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା

ଏବେ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା। ବାରମ୍ବାର ନିର୍ବାଚନରେ ବିଜୟ ହୋଇ ରାଜଗାଦିରେ ବସୁଛନ୍ତି ନାୟକ ପରିବାର...ଏବେ ପୁଣି ୬୬ ବର୍ଷୀୟ ଅରୁଣ ନାୟକ। କହୁଛନ୍ତି ନବୀନ ବାବୁ ଏତେ ବୟସରେ ରାଜନୀତି କରୁଛନ୍ତି ମୁଁ କାହିଁକି କରିପାରିବିନି…

Surat
ପଂଚାୟତ ନିର୍ବାଚନ: ନିର୍ଣ୍ଣାୟକ ଭୂମିକା ନେବେ ସୁରତ ଫେରନ୍ତା !!

ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା

School
ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଗାଁ। ଭିନ୍ନ ଭିନ୍ନ ଷ୍ଟାଇଲରେ ନେତାଏ କରୁଛନ୍ତି ପ୍ରଚାର

ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି।

Woman Runs For Sarpanch
୧୦ ବର୍ଷ ହେଲାଣି ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲେନି, ଏବେ ନିଜେ ସରପଂଚ ପ୍ରାର୍ଥୀ ହେଲେ। କହିଲେ...

ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍‌ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି

Odisha Panchayat Polls | London Returnee In Fray For Sarpanch Post In Cuttack
ପ୍ରଚାର ମୈଦାନରେ ନିର୍ବାଚନ ତାତି; ଲଢ଼ୁଛନ୍ତି ପାଠୁଆ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ନିର୍ବାଚନ ପାଖେଇ ଆସୁଥିବା ବେଳେ କୋଭିଡ୍ କଟକଣା ମାନି ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି । ବିଟେକ୍ ପଢ଼ୁଆଠୁ ଆରମ୍ଭ କରି ଡାକ୍ତର, ସ୍ପୋଟର୍ସ ମ୍ୟାନ୍ ଏବଂ ପୂଜକ ସଭିଁଏ ଏବେ ନୀର୍ବାଚନୀ ରଣାଙ୍ଗନରେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ।

Odisha Panchayat Elections
ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ମୟୂରଭଞ୍ଜ ! ପୁଣି ବିଜେପି ନା କମ ବ୍ୟାକ୍ କରିବ ବିଜେଡି?

ରାଜ୍ୟର ସବୁଠୁ ବଡ ଜିଲ୍ଲା, ଆଉ ସମସ୍ୟା ବି ଅଧିକ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ରାସ୍ତାଘାଟ, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବା ଆଜିବି ଲୋକଙ୍କ ପାଖରେ ଅପହଂଚ ।

kendrapada
କାହାର ହେବ କେନ୍ଦ୍ରାପଡା ଜିଲ୍ଲା ପରିଷଦ? ଗାଁ ଗାଁରେ ଜୋର ଧରିଲାଣି ପ୍ରଚାର

୧୯୯୩ରେ କଟକ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲା ହେବା ପରେ ଏଯାଏଁ ପାଂଚ ଥର ପଂଚାୟତ ନିର୍ବାଚନ ହୋଇଛି ।

  Naxals Threaten To Withdraw Panchayat Poll Nomination In Swabhiman Anchal
ନିର୍ବାଚନକୁ ପ୍ରବଳ ବିରୋଧ, ପୋଷ୍ଟର ମାରିଲେ ମାଓବାଦୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟର । ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି ।

politics
ରାଜନୀତି ମଇଦାନରେ ମୁହାଁମୁହିଁ ରକ୍ତ ସଂପର୍କ ! ଖୋର୍ଦ୍ଧା ଡୁଙ୍ଗମାଳରେ ସରପଞ୍ଚ ପଦବୀ ପାଇଁ ଭାଇ-ଭାଇ ଲଢ଼େଇ

କେତେବେଳେ ଭାଇ ଭାଇ ମଧ୍ୟରେ ଲଢେଇ ତ କେତେ ବେଳେ ବାପା ପୁଅ ଗୋଟିଏ ପଦବୀ ଲାଗି କରୁଛନ୍ତି ପ୍ରତିଦ୍ୱନ୍ଦିତା ।

nuapada
ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ନୂଆପଡ଼ା ! ଦାଦନ, ରାସ୍ତା ଓ ପିଇବା ପାଣି ପ୍ରମୁଖ ପ୍ରସଙ୍ଗ

ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି ପ୍ରତିଶ୍ରୁତିର ପଶରା ଧରି ଭୋଟରଙ୍କୁ ଭଳେଇବା ଚେଷ୍ଟାରେ ନେତା ।

Former MLA Pravat Biswal Faces Wrath Of People
ନିର୍ବାଚନ ପ୍ରଚାର ବେଳେ ପ୍ରଭାତ ବିଶ୍ୱାଳ ହଟହଟା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ।

Man Allegedly Distributes Money To Voters In Bolangir
ସରପଞ୍ଚ ପ୍ରାର୍ଥୀଙ୍କ ହାତରେ ବିଡ଼ା ବିଡ଼ା ନୋଟ୍‌, ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍‌

ଭୋଟ୍‌ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି।

Model Priyanka Nanda To Contest Election For Sarpanch Post
ଗାଁ ଦାଣ୍ଡରେ ଗ୍ଲାମର ଛୁଙ୍କ: ମାଛ ଚିହ୍ନରେ ନିର୍ବାଚନ ମୈଦାନରେ ମଡେଲ୍‌ ପ୍ରିୟଙ୍କା

ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।

Keonjhar
ଗେମ୍‌ ଚେଞ୍ଜର ହେବେ କି ସନାତନ ମହାକୁଡ଼ ?

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି

Bhadrak
ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି?

୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?

Politics
ପଂଚାୟତ ନିର୍ବାଚନ: ମଇଦାନରେ ଅଧିକାଂଶ ରାଜନେତାଙ୍କ ପରିବାରର ସଦସ୍ୟ

ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?

Sambalpur
ସମ୍ବଲପୁରର ସମସ୍ୟାର ସମାଧାନ କରିବ କିଏ?

କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର। ଚାଷ ଏଠା ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ହେଲେ ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ସମସ୍ୟାରେ ଚାଷୀ। କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍ ପାଇଁ ହଇରାଣ ହେଉଛନ୍ତି ଚାଷୀ