Advertisment

ବିକାଶ ରାସ୍ତାରେ କେତେ ଆଗକୁ ବଢିଛି କନ୍ଧମାଳ?

ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
kandhamal

kandhamal

ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲା ହଳଦୀ ଚାଷ ଓ ପର୍ଯ୍ୟଟନର କ୍ଷେତ୍ର ଭାବେ ପରିଚିତ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠି ବିଜେଡି ଗଢ଼ିଥିଲା ପରିଷଦ ଅଧ୍ୟକ୍ଷ ପଦରେ ବସିଥିଲେ ଆକାଂକ୍ଷା ପ୍ରଧାନ । ଉପାଧ୍ୟକ୍ଷ ହୋଇଥିଲେ ସରିତା ମଲ୍ଲିକ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୧୮ ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେଡି ହାତରେ ଅଛି ୯ଟି ଜୋନ୍ । ବିଜେପି ଓ କଂଗ୍ରେସ ପାଖରେ ୪ଟି ଲେଖାଏଁ ଜୋନ୍ ଥିବା ବେଳେ ଗୋଟିଏ ସିଟ୍ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ । ଏ ଗଲା ଜିଲ୍ଲା ପରିଷଦ କଥା, ତେବେ ୧୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୨ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୭୧ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା- ୨୩୨୨ ।

Advertisment

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ମାଳ ମାଳ ସମସ୍ୟା । କେଉଁଠି ରାସ୍ତାଘାଟ, ସେତୁ ଓ ପିଇବାପାଣି ଭଳି ମୌଳିକ ସୁବିଧା ପହଞ୍ଚିନି ତ ଆଉ କେଉଁଠି ପର୍ଯ୍ୟଟନ ସୁଯୋଗ ଓ ହଳଦୀ ଚାଷ ଭଳି ସମ୍ବଳ ଥାଇ ବି ଲୋକେ ଶିକାର ହୋଇଛନ୍ତି ପ୍ରଶାସନିକ ଅବହେଳାର । ସେପଟେ ଜିଲ୍ଲା ପରିଷଦ ହାତେଇବାକୁ ବିଜେଡି, ବିଜେପି ଓ କଂଗ୍ରେସ ଅଣ୍ଟା ଭିଡ଼ିସାରିଥିବା ବେଳେ ୧୮ଟି ଜୋନ୍ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ୬୮ ଜଣ ପ୍ରାର୍ଥୀ ।

ବଣ, ପାହାଡ଼, ଝରଣା, ମନଲୋଭା ଜଳ ପ୍ରପାତ । ହୁଏତ ସେସବୁକୁ ଦେଖି ଆଉ କାହା ପାଇଁ କନ୍ଧମାଳ ପ୍ରକୃତିର ବରଦାନ ଭଳି ଲାଗୁଥାଇ ପାରେ, ହେଲେ ସେମାନଙ୍କ ପାଇଁ ତ ଜମାରୁ ବି ନୁହେଁ । ସେମାନେ ଏ ଦୁର୍ଗମ ଇଲାକାର ଦୁଃସ୍ଥ ମଣିଷ, ଯେଉଁଠି ଲୋକଙ୍କ ପାଇଁ ଭଲ ପାଦଚଲା ରାସ୍ତାଟିଏ ବି ନାହିଁ, ସେଠାକୁ ବିକାଶର ରଥ ଗଡ଼ିବ କେମିତି ? ଅ

Advertisment

ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।

ମାଳମାଳ ସମସ୍ୟା ଭିତରେ କନ୍ଧମାଳରେ ଜୋର୍ ଧରିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉତ୍ସାହ । ଜିଲ୍ଲା ପରିଷଦକୁ ଫୋକସ୍ କରି ଲଢ଼େଇ ପାଇଁ ମୈଦାନକୁ ଓହ୍ଲାଇଲେଣି ତିନି ପ୍ରମୁଖ ଦଳ ଓ ସେମାନଙ୍କ ପ୍ରାର୍ଥୀ । ଏଠି ପ୍ରଥମେ ୧୯୯୭ରେ ଜିଲ୍ଲା ପରିଷଦ ଗଠନ ହୋଇଥିବା ବେଳେ ସେଥର ଏବଂ ପରବର୍ତ୍ତୀ ୨୦୦୨ ନିର୍ବାଚନରେ ଅଧ୍ୟକ୍ଷ ପଦ ହାତେଇଥିଲା କଂଗ୍ରେସ ।

୨୦୦୭ରେ କଂଗ୍ରେସକୁ ମାତ୍ ଦେବାକୁ ବିଜେଡି ଓ ବିଜେପି ହାତ ମିଳାଇ ସଫଳତା ପାଇଥିଲେ । ହେଲେ ୨୦୧୨ରେ ଉଭୟ ଅଲଗା ଅଲଗା ଲଢ଼ିବାରୁ ପୁଣି କଂଗ୍ରେସ ଅକ୍ତିଆର କରିଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଦି । ତେବେ ୨୦୧୭ରେ ୧୮ଟି ଜୋନରୁ ବିଜେଡି ୯ଟିରେ ଜିତି ଅଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ବିଜେପିକୁ ୪ଟି ଓ କଂଗ୍ରେସକୁ ୪ଟି ଜୋନ୍ ମିଳିଥିଲା । ତେଣୁ ଏଥର ୩ଟି ଯାକ ପାର୍ଟିର ଫାଇଟ୍ ଜୋରଦାର ହେବ ବୋଲି ଆଶା କରାଯାଉଛି ।

୧୮ଟି ଜିଲ୍ଲା ପରିଷଦ ଜୋନ୍ ବିଶିଷ୍ଟ କନ୍ଧମାଳ ଜିଲ୍ଲାରେ ଏଥର ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୧ଟି, ଅନୁସୂଚିତ ଜାତି ପାଇଁ ୩ଟି ଜୋନ୍ ସଂରକ୍ଷିତ ଥିବା ବେଳେ ବାକି ୪ଟି ଜୋନ୍ ଅଣସଂରକ୍ଷିତ ରହିଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ।

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ

Odisha Panchayat Elections Local Issues
Advertisment
Advertisment