୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।
ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ। କହିଲେ, ଓଡ଼ିଆ ଚାହାଁନ୍ତି ପରିବର୍ତ୍ତନ
ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍ ନକରି ଆଗକୁ ଆସିଛନ୍ତି ଲୋକେ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର।
ମା’ଙ୍କ ପ୍ରଚାରରେ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି।
'ଯେଉଁ ସ୍ଥାନରୁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇ ନାହିଁ ବା ତ୍ରୁଟି କାରଣରୁ ନୋମିନେସନ ଖାରଜ ହୋଇ ଯାଇଛି ସେଠି ଆଉ ଥରେ ନୋମିନେଶନ ପାଇଁ ସୁଯୋଗ ରହିଛି
ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଛି, ସେହି ସ୍ଥାନରେ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।
ରାଜନୈତିକ ଦୃଷ୍ଟି କୋଣରୁ ଚର୍ଚ୍ଚାରେ ଢେଙ୍କାନାଳ, ଏଥର ଗଡ଼ ନେବାକୁ ସଜବାଜ ହେଉଛି ବିଜେପି
ଏଥର ବାଲେଶ୍ୱର ଆସନ ଉପରେ ସମସ୍ତଙ୍କ ନଜର: କାହିଁକି ନା ଏଠାରେ ଶାସକ ଦଳର ଦବଦବା ରହିଛି କିନ୍ତୁ ବିଜେପି ଫୋକସରେ ଅଛି ବାଲେଶ୍ୱର
ପଂଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସେତିକି ସରଗରମ ହେଉଛି....
ସରପଞ୍ଚ ପଦବୀ ଲାଗି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ, ହେଲେ ଦେଖିଲା ବେଳକୁ ଭୋଟର ଲିଷ୍ଟରେ ନାଁ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନାଁ ଭୋଟର ତାଲିକାରେ ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ନାଁ ଆଉ ଭୋଟର ତାଲିକାରେ ନାହିଁ।
ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ। ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ବେଙ୍ଗଳା ପକାଇବା ସହ ଖଳାରେ କାମ କଲେ। ଟଙ୍କା ନୁହେଁ ଶ୍ରମ ଦାନ କରି ଭୋଟରଙ୍କ ମନ ଜିଣିବେ ବୋଲି ସେ କହିଛନ୍ତି।
ଗୋଟିଏ ପରିଷଦ ଆସନ ପାଇଁ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉଭୟ ବାପପୁଅଙ୍କ ପ୍ରାର୍ଥୀପତ୍ର ଦାଖଲରେ ସୃଷ୍ଟି ହୋଇଛି ଅନ୍ୟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ।
ଯେଉଁଠି ଭୋଟ୍ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି।
ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
ଏଯାଏଁ ଘୋଷଣା ହୋଇନି ପଞ୍ଚାୟତ ନିର୍ବାଚନ ତାରିଖ I ଗାଁ ଗଣ୍ଡାରେ ଉଷ୍ଣ ହେଲାଣି ପଞ୍ଚାୟତ ନିର୍ବାଚନ ପାଣିପାଗ I ସବୁ ଦଳର ନେତାଙ୍କ ଘରେ ଜମିଲାଣି ଆଶାୟୀଙ୍କ ଭିଡ଼ I ଭୋଟ୍ କରାଇବାକୁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜୋରଦାର
ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା। ୬୭୯୪ ପଞ୍ଚାୟତରେ ହେବ ଭୋଟ। ଏଥିରେ କେତୋଟି ୱାର୍ଡ୍ ରହିଛି ଏବଂ ଗତ ନିର୍ବାଚନ ଠାରୁ କେତେ ଭିନ୍ନ ଦେଖନ୍ତୁ
୨୦୨୨ ମାର୍ଚ୍ଚ ୨୨ରେ ପଞ୍ଚାୟତ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ।
୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି।
୧୯୯୧ ମସିହା ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା(୩)ରେ ଦିଆଯାଇଥିବା କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ କିତା ଚିଠା ଉକ୍ତ ଧାରାର ଉପଧାରା(୪) ଅନୁସାରେ ପ୍ରକାଶ କରାଯାଇଛି।