• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଜପତି ଜିଲ୍ଲାରେ ୨୦୧୭ ପଞ୍ଚାୟତ ନିର୍ବାଚନ ବେଶ୍ ରୋଚକ ଥିଲା । ସବୁଠୁ କମ୍ ସଦସ୍ୟ ଥାଇ ବି ବିଜେପି ଗଢ଼ିଥିଲା ପରିଷଦ କାରଣ, ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବା ଜିଲ୍ଲା । ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ଦ୍ଦିଷ୍ଟ ଜୋନରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ । ଅଧ୍ୟକ୍ଷ ପଦରେ ବସିଥିଲେ ଅନିତା ରାଣୀ ବେହେରା । ଉପାଧ୍ୟକ୍ଷ ହୋଇଥିଲେ ଆର. ବିଜୟ କୁମାର ।

ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୧୪ଜୋନ୍ ବିଶିଷ୍ଟ ଏଇ ପରିଷଦରେ କଂଗ୍ରେସ ହାତରେ ଅଛି ସର୍ବାଧିକ ୬ଟି ଜୋନ୍ । ବିଜେଡି ୫ଟି ଜୋନ୍ ହାତେଇଥିବା ବେଳେ ବିଜେପି ପାଖରେ ୩ଟି ଜୋନ୍ ରହିଛି । ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୭ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୭ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୪୯ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୧୮୬୫ ।

ଗଜପତି ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ତିନିଥର କଂଗ୍ରେସ ପରେ ବିଜେଡି ଏବଂ ତାପର ନିର୍ବାଚନ ଜିତି ବିଜେପି ଗଢିଥିଲା ପରିଷଦ । ଗତ ତିନିଟି ନିର୍ବାଚନର ଫଳାଫଳ କହୁଛି ଯେ ଜିଲ୍ଲାରେ ବଦଳିଛି ଭୋଟରଙ୍କ ମୁଡ୍ । ଆଉ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି । ଦକ୍ଷିଣ ଓଡିଶାର ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ସମସ୍ୟା ବି ମାଳ ମାଳ । କେଉଁ ପଂଚାୟତରେ ଆବାସ ଘର ଖଣ୍ଡେ ଲୋକଙ୍କ ପାଇଁ ଆଜିବି ସାତସପନ ତ ଆଉ କେଉଁଠି ପିଇବା ପାଣି, ରାସ୍ତା ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାର ଅଭାବ ।

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଆଜି ବି ଏମିତି ଅନେକ ଗାଁ ରହିଛି ଯେଉଁଠି ମୌଳିକ ସୁବିଧା ଅପହଞ୍ଚ । ଜିଲ୍ଲା ସଦରମହକୁମା ଠାରୁ ନିକଟ ମାତ୍ର ୧୦ କିଲୋମଟର ଦୂର ରେ ଥିବା "ନାମାନଗଡ" ପଂଚାୟତ ସମସ୍ୟା ଅନେକ । ଅଡବା ପଞ୍ଚାୟତରେ ରହିଛି ବୃହତ ଜଳଭଣ୍ଡାର ଷ୍ଟାଣ୍ଡ ପୋଷ୍ଟ ବି ସ୍ଥାପନ ହୋଇଛି ହେଲେ ପାଣିର ଦେଖା ନାହିଁ । ୧୦୦ ବର୍ଷ ପୁରୁଣା ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଦାବି ଏବେବି ଝୁଲି ରହିଛି । ହଜାର ହଜାର ଲୋକେ ନିର୍ଭର କରୁଥିବା ଏହି ହସ୍ପିଟାଲ ଛାଲିଛି ମାତ୍ର ୨ ଜଣ ଡାକ୍ତରଙ୍କ ଭରସାରେ ।

ପ୍ରଶାସନିକ ଉଦାସୀନତା ସହ ପଡୋଶୀ ଆନ୍ଧ୍ରର ଦାଦାଗିରି ବି ଆଉ ଏକ ବଡ ସମସ୍ୟା । କାରଣ ସୀମାନ୍ତ ଗାଁ ଗୁଡିକରେ ସବୁବେଳେ ଲୋଲୁପ ଦୃଷ୍ଟି ରଖିଥିବା ଆନ୍ଧ୍ର ପ୍ରଦେଶ ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତରେ କେତେବେଳ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଖୋଲିବାକୁ ଚେଷ୍ଟା କରିଛି ତ ଆଉ କେତେବେଳେ ନିର୍ବାଚନ କରିବାକୁ ମଧ୍ୟ ଚଳାଇଥିଲା ଷଡଯନ୍ତ୍ର । ଏପରିକି ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆନ୍ଧ୍ର ପକ୍ଷରୁ ବିଶୃଙ୍ଖଳା କରିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ନିର୍ବାଚନ ଇତିହାସକୁ ଦେଖିଲେ ଗଜପତି ଜିଲ୍ଲା ଗଠନ ହେବା ପରଠାରୁ ୫ ଥର ନିର୍ବାଚନ ହୋଇଛି । ୧୯୯୭,୨୦୦୨ ଏବଂ ୨୦୦୭ରେ କଂଗ୍ରେସ, ୨୦୧୨ରେ ବିଜେଡି ଏବଂ ୨୦୧୭ରେ ବିଜେପି ହାତେଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ । ଏଥର କିଏ ଗଢିବ ଜିଲ୍ଲା ପରିଷଦ ? ୨୦୧୭ ପଂଚାୟତ ନିର୍ବାଚନ ବେଶ ରୋଚକ ଥିଲା । ଗଜପତିରେ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ମାତ୍ର ୩ଟି ଜୋନ ଜିତି ବିଜେପି ହତେଇଥିଲା । ଅଧକ୍ଷ ପଦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ବିଜେପି ପ୍ରାର୍ଥୀ ସେହି ଜୋନରୁ ବିଜୟୀ ହୋଇ ଅଧ୍ୟକ୍ଷ ପଦ ହାତେଇଥିଲେ ।

ବିଜେଡି ୫ ଟି ଜୋନ୍ ଜିତି ଉପାଧକ୍ଷ ପଦ ନେଇଥିଲା କିନ୍ତୁ କଂଗ୍ରେସ ସର୍ବାଧିକ ୬ଟି ଜୋନରେ ବିଜୟ ସତ୍ତ୍ୱେ କ୍ଷମତାଠୁଇ ଦୂରରେ ରହିଥିଲା । ୨୦୧୯ ସାଧାରଣ ର୍ନିବାଚନରେ ବିଜେଡି ଟିକେଟରୁ ବଂଚିତ କେ. ନାରାୟଣ ରାଓ ବିଜେପିରେ ଯୋଗ ଦେଇ ବିଧାୟକ ହୋଇଥିଲେ ଏବେ ଜିଲ୍ଲା ରେ ଅଧକ୍ଷ ପଦ ସହ ସମସ୍ତ ପଂଚାୟତ ଓ ବ୍ଲକ୍ ହାତେଇବା ଟାର୍ଗେଟ୍ ରଖିଛନ୍ତି ନାରାୟଣ ରାଓ ।

ସେପଟେ ମୋହନା ର୍ନିବାଚନ ମଣ୍ଡଳୀରୁ କଂଗ୍ରେସର ଦାଶରଥି ଗମାଙ୍ଗ ବିଧାୟକ ଭାବେ ର୍ନିବାଚିତ ହୋଇଥିବାରୁ ଏଥର କଂଗ୍ରେସ ବି ଅଧିକ ଜୋନ ଜିତିବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଭରସାରେ ବିଜେଡି ର୍ନିବାଚନ ବୈତରଣୀ ପାର ହେବାକୁ ଲକ୍ଷ ରଖିଥିବାରୁ ତ୍ରିମୁଖୀ ଲଢେଇ ହେବା ନେଇ ଅଶା କରାଯାଉଛି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଗତ ଥର ଅନୁସୂଚିତ ଜାତିର ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏଥର ଅଣ ସଂରକ୍ଷିତ ରହିଛି ।

ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ ଏବଂ ମୋହନାରୁ ମିହିର ଜତିଙ୍କ ରିପୋର୍ଟ