• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସ ମାତ୍ର ୪ ବର୍ଷ, ରାଜନୀତିର ର ଅକ୍ଷର ମଧ୍ୟ ଜଣା ନାହିଁ। କିନ୍ତୁ ଭାଉଜଙ୍କ ନିର୍ବାଚନୀ ପ୍ରଚାରରେ ସାମିଲ ହେଉଛି । ଅଭିଜ୍ଞଙ୍କ ଭଳି ଲୋକଙ୍କ ନିକଟକୁ ନମସ୍କାର କରି ଭୋଟ ମାଗୁଛି । ଆଉ କହୁଛି ଭାଉଜ ଓ ସାରଙ୍କ ନିର୍ବାଚନୀ ସଂକେତରେ ଭୋଟ ଦିଅନ୍ତୁ ଓ ଜିତାଇ ଦିଅନ୍ତୁ । ତେବେ ଏହି ପ୍ରଚାର ବାଧ୍ୟବାଧକତାରେ ନୁହେଁ, ଭାଉଜ ଘରୁ ବାରିବା ମାତ୍ରକେ କୁନି ନଣନ୍ଦ ମଧ୍ୟ ପ୍ରଚାରରେ ଯିବାକୁ ଜିଦ ଧରୁଛି । ଭଦ୍ରକ ଜିଲ୍ଲାର କୁନି ନଣନ୍ଦ ଭାଉଜ ଙ୍କ ପାଇଁ ପ୍ରଚାର କରୁଛି ।

’ମୁଁ ସଂଗୀତା କୁଣ୍ଡୁ , ମୋ ଭାଉଜ ଏଥର ନିର୍ବାଚନରେ ସରପଞ୍ଚ ଭାବେ ପାର୍ଥୀ ହୋଇଛନ୍ତି, ତାଙ୍କୁ ଭୋଟ ଦିଅନ୍ତୁ ବୋଲି ଘର ଘର ବୁଲି କହୁଛି ’ । କିନ୍ତୁ ଏହି ଦୁଇଟି କଥା ହେଉଛି କୁନି ନଣନ୍ଦଙ୍କର , ଯାହାଙ୍କର ବୟସ ମାତ୍ର ୪ ବର୍ଷ । ଅଙ୍ଗନବାଡିରେ ପାଠ ପଢୁଛନ୍ତି । ସଂଗୀତା କୁଣ୍ଡୁଙ୍କ ସମ୍ପର୍କୀୟ ଭାଉଜ କନକଲତା ଭୋଳ ବନ୍ତ ନିର୍ବାଚନ ମଣ୍ଡଳୀର ଚାରିଗାଁ ପଂଚାୟତର ସରପଞ୍ଚ ପାର୍ଥିନୀ ହୋଇଛନ୍ତି । ସେହିଭଳି ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଧ୍ୟ ଏଥର ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି ।

ସେହହି ପଂଚାୟତର ୧୩ଟି ୱାର୍ଡରେ ୫୩୦୦ଭୋଟର ଅଛନ୍ତି । ତେବେ ସମ୍ପର୍କୀୟ ଭାଉଜ ନିର୍ବାଚନରେ ପ୍ରାର୍ଥୀ ହେବା ପରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । କିନ୍ତୁ କୁନି ନଣନ୍ଦ ସଂଗୀତା ଭାଉଜଙ୍କ ସହ ପ୍ରଚାର କରିବା ପାଇଁ ଜିଦ ଧରି ଘରୁ ବାହାରୁଛି । ଆଉ ଗାଁ ଗାଁ ବୁଲିବା ବେଳେ ପ୍ରଥମେ ଯାଇ ଭୋଟରଙ୍କୁ ଭେଟୁଛି । ଆଉ ଅଭିଜ୍ଞଙ୍କ ଭଳି ମୁଣ୍ଡିଆ ମାରି ଭୋଟ ମାଗୁଛି । ଭାଉଜ ଓ ଅଜାଙ୍କ ନିର୍ବାଚନୀ ସଂକେତ ବିଷୟ ରେ ମଧ୍ୟ କହୁଛି ଓ ଭୋଟ ପାଇଁ ବେଶ୍ ଅନୁରୋଧ କରୁଛି ।

ତେବେ କୁନି ନଣନ୍ଦଙ୍କ ଏହି ପ୍ରଚାର ଏବେ ଭୋଟରଙ୍କୁ ବେଶ ଆକୃଷ୍ଠ କରୁଛି । ଲୋକେ କୁନି ଝିଅକୁ ଦେଖି ବେଶ ହସ ଖୁସି ହେଉଛନ୍ତି । ଆଉ କୁନି ଝିଅର ପ୍ରଚାରକୁ ମଧ୍ୟ ଗ୍ରହଣ କରି ଭୋଟର ପ୍ରତିଶ୍ରୁତି ଦେଉଛନ୍ତି । ତେବେ ସମ୍ପର୍କୀୟ ଅଜା ଓ ସ୍ଥାନୀୟ ଲୋକେ କୁହନ୍ତି ଯେ ସଂଗୀତା ନିଜ ଇଚ୍ଛାରେ ଆସୁଛି । ଆଉ ପ୍ରଚାର ସମୟ ହେଲେ ଘରେ ରହୁ ନାହିଁ । ଲୋକଙ୍କୁ ଦୁର୍ନୀତି ବିରୋଧରେ ଲଢିବା ପାଇଁ ମଧ୍ୟ ଅନୁରୋଧ କରୁଛି । ତେବେ କୁନି ଝିଅର ଏହି ପ୍ରଚାରକୁ ବେଶ ଉପଭୋଗ କରୁଛନ୍ତି ସ୍ଥାନୀୟ ଲୋକେ ।

କୁନି ଝିଅର ଏହି ପ୍ରଚାର ସମସ୍ତଙ୍କୁ ଆକୃଷ୍ଟ କରୁଛି । କିନ୍ତୁ ସମୟ କହିବ ଝିଅର ଭୋଟ ମାଗିବାର ଶୈଳୀ ଭାଉଜଙ୍କ ଭାଗ୍ୟ ପରିବର୍ତ୍ତନ କରିବ କି ନାହିଁ।

ଭଦ୍ରକରୁ ପାର୍ଥସାଥରୀ ନାୟକଙ୍କ ରିପୋର୍ଟ