• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନୀ ରଣାଙ୍ଗନରେ ସ୍ୱାମୀସ୍ତ୍ରୀ । ସାଥୀ ହୋଇ ଗାଁ ଗାଁ ବୁଲୁଛନ୍ତି, ଭୋଟ ମାଗୁଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନ ରେ ଅନେକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। କେଉଁଠି ଭାଇ ଭଉଣୀ ତ ଆଉ କେଉଁଠି ବାପ ଓ ପୁଅ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଆନନ୍ଦପୁର ଅଞ୍ଚଳରେ ସାଇକେଲରେ ବସି ଗାଁ ଗାଁ ବୁଲି ସ୍ୱାମୀ-ସ୍ତ୍ରୀ ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଗରିବ ହୋଇଥିବାରୁ ନିର୍ବାଚନ ଜିତିଲେ ଗରିବଙ୍କ ସେବା କରିବା ପ୍ରତିଶ୍ରୁତି ଦେଉଛନ୍ତି ଭୋଟରକୁ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଶାଶଙ୍ଗ ପଞ୍ଚାୟତ । ୭ ଟି ଗାଁର୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ। ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ପ୍ରଚାର। ଉଭୟ ସ୍ୱାମୀ-ସ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଓ ସରପଞ୍ଚରେ ନିର୍ବାଚନ ଲଢ଼ୁଛନ୍ତି । ସାଇକେଲରେ ଘରକୁ ଘର ବୁଲି ଭୋଟ ମାଗୁଥିବାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ସକାଳ ୧୦ ଟାରୁ ସାଇକେଲରେ ଘରୁ ବାହାରି ଗାଁ ଗାଁ ବୁଲି ଭୋଟର୍ ମାନଙ୍କୁ ଭେଟିବା ପରେ ସନ୍ଧ୍ୟା ୫ଟାରେ ଘରକୁ ଫେରୁଛନ୍ତି ।

ନିଜେ ଦୁଃଖରେ କାଳ କାଟୁଥିବା ଏହି ଦମ୍ପତ୍ତି ବିଜୟୀ ହେଲେ ଲୋକଙ୍କର ସୁଖ,ଦୁଃଖରେ ସାଥୀ ହୋଇ ରହିବେ ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି । ଗାଡିରେ ବିଭିନ୍ନ ଗାଁକୁ ଯିବାକୁ ସମ୍ବଳ ନଥିବାରୁ ଲୋକଙ୍କୁ ସାଇକେଲରେ ଯାଇ ଭେଟୁଥିବା କହିଛନ୍ତି ଦମ୍ପତ୍ତି । ନିର୍ବାଚନ ସମୟରେ ବଡ଼ ବଡ଼ ନେତା ଆସନ୍ତି, ହେଲେ ପରେ ସବୁ ଭୁଲି ଯାଆନ୍ତି । ତେଣୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିଛନ୍ତି ଭୋଟର୍ ।

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ