• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଘରକୁ ଘର ବୁଲି ବୁଲି ପ୍ରଚାର ଓ ପ୍ରସାର କରିବାରେ ବ୍ୟସ୍ତ ଅଛନ୍ତି ପ୍ରାର୍ଥୀ । ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଲାଗିଛି ମାଓ ପୋଷ୍ଟର । ଯେଉଁଥିରେ ମାଓବାଦୀମାନେ ନିର୍ବାଚନକୁ ପ୍ରବଳ ବିରୋଧ କରିଛନ୍ତି । ସେମାନେ କେବଳ ଏହି ନିର୍ବାଚନକୁ ବିରୋଧ କରି ହିଁ ଏହି ପୋଷ୍ଟର ଲଗାଇଥିବାର ଦେଖିବାକୁ ମିଳିଛି ।

  Naxals Threaten To Withdraw Panchayat Poll Nomination In Swabhiman Anchal(ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ପୋଷ୍ଟର)

ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏହି ପୋଷ୍ଟରରେ ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି । ଏମିତିକି ପ୍ରତ୍ୟାହାର ନ କଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ମାଓବାଦୀ ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବାର ଦର୍ଶାଯାଇଛି । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ଯେମିତିକି ଜନ୍ତାପାଇ, ଯୋଡ଼ାମ୍ବ ଓ ଯନ୍ତ୍ରୀ ଅଞ୍ଚଳରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।