• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ନିର୍ବାଚନ ପାଖେଇ ଆସୁଥିବା ବେଳେ କୋଭିଡ୍ କଟକଣା ମାନି ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି । ବିଟେକ୍ ପଢ଼ୁଆଠୁ ଆରମ୍ଭ କରି ଡାକ୍ତର, ସ୍ପୋଟର୍ସ ମ୍ୟାନ୍ ଏବଂ ପୂଜକ ସଭିଁଏ ଏବେ ନୀର୍ବାଚନୀ ରଣାଙ୍ଗନରେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ।

ବିଭିନ୍ନ ଅଞ୍ଚଳରୁ ମୈଦାନ୍‌କୁ ଓହ୍ଲାଇଛନ୍ତି ପ୍ରାର୍ଥୀ

  • କଟକ ଜିଲ୍ଲା ନିଆଁଳି କଣ୍ଟାପଡ଼ା ବ୍ରାହ୍ମଣବାଟୀ ପଞ୍ଚାୟତର ମଧୁସୂଦନ ପାତ୍ର ବ୍ରାହ୍ମଣବାଟୀ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତ ୨୦ ବର୍ଷ ଧରି ଲଣ୍ଡନରେ ଚାକିରି କରିବା ପରେ ଏବେ ସେ ଗାଁ ମୁହାଁ । ରାଜନୀତି ଜରିଆରେ ଲୋକଙ୍କ ସେବା କରିବା ହିଁ ତାଙ୍କର ଲକ୍ଷ୍ୟ । ତେଣୁ ନିଜ ପଞ୍ଚାୟତକୁ ସ୍ମାର୍ଟ ପଞ୍ଚାୟତରେ ଗଢ଼ିତୋଳିବାକୁ ସେ ସଙ୍କଳ୍ପ ନେଇଛନ୍ତି ।

 

  • ସେହିପରି ବ୍ରାହ୍ମଣବାଟୀ ପଞ୍ଚାୟତରୁ ଅନ୍ୟ ଜଣେ ଉଚ୍ଚଶିକ୍ଷିତ ତଥା ଏମ୍ ଏ ଡିଗ୍ରୀ ଧାରୀ ସଞ୍ଜୟ କୁମାର ରାଉତରାୟ ମଧ୍ୟ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ସେ ଏବେ ପ୍ରଚାରକୁ ଜୋରଦାର କରିଛନ୍ତି ।

 

  • ପୁରୀ କୃଷ୍ଣପ୍ରସାଦ ପିରିଜପୁର ପଞ୍ଚାୟତରୁ ବିଟେକ୍ ପଢ଼ୁଆ ଯୁବ ଇଞ୍ଜିନିୟର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଇଞ୍ଜିନିୟର ମଳୟ କୁମାର ଜେନା ଏବେ ପ୍ରଚାର ମଇଦାନରେ ଜନତାଙ୍କ ସେବା କରିବା ପାଇଁ ସେ ଚାକିରି ଛାଡ଼ି ଏବେ ରାଜନୀତିକୁ ଓହ୍ଲାଇଛନ୍ତି । ନିଜ କିଛି ସମର୍ଥକଙ୍କୁ ଧରି ସେ ପ୍ରଚାରକୁ ଜୋରଦାର କରିଛନ୍ତି ।

 

  • ପୁରୀ କଣାସ ବ୍ଲକ୍‌ରେ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଇଞ୍ଜିନିୟର । ଇଞ୍ଜିନିୟର ରଶ୍ମୀରଂଜନ ବଳିୟାରସିଂ କଣାସ ବ୍ଲକ୍ ୪ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ରଶ୍ମୀରଂଜନ ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂଙ୍କ ପୁଅ ହୋଇଥିବା ବେଳେ ମୋଟା ଦରମା ଛାଡ଼ି ଲୋକଙ୍କ ସେବା କରିବାକୁ ସେ ଏବେ ରାଜନୀତି ମଇଦାନରେ ପାଦ ଥାପିଛନ୍ତି ।

 

  • ବାଲେଶ୍ୱର ବସ୍ତାରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଡାକ୍ତର । ଡାକ୍ତର ନଗେନ୍ଦ୍ର କୁମାର ସିଂ ବସ୍ତା ବ୍ଲକ୍ ନାବରା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ମଧ୍ୟ ସେ ରୋଗୀ ସେବା କରୁଥିବା ଦେଖିବାକୁ ମିଳିଛି ।

 

  • ସମ୍ବଲପୁର ଯୁଯୁମରା ପଞ୍ଚାୟତରେ ଜଣେ ବିଟେକ୍ ଇଂଜିନିୟର ଛାତ୍ର ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ଗାଁ ସମସ୍ୟାକୁ ଉପଲବ୍ଧ କରି ଲୋକଙ୍କ ସେବା କରିବା ପାଇଁ ମୋଟା ଦରମା ଛାଡ଼ି ସେ ଏବେ ରାଜନୀତି ମଇଦାନରେ

 

  • ମୟୂରଭଂଜ ରରୁଆଁ ବ୍ଲକ୍ ବୈଦ୍ୟନାଥ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ବିଟେକ୍ ପଢୁଆ ଯୁବକ ଚିତ୍ତ ରଂଜନ ନାୟକ । ମାତ୍ର ୨୫ ବର୍ଷ ବୟସ ବର୍ଷରେ ଚାକିରି ଛାଡ଼ି ଜନ ସେବା ପାଇଁ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ଗାଁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି ।

 

  • ବାଲେଶ୍ୱର ବାହାନଗାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି କିକ୍ ବକ୍ସିଂ ଏବଂ ରଗ୍ବୀରେ ଗୋଲ୍ ମେଡାଲ ପାଇଥିବା ଜଣେ ଯୁବକ । ଜାତୀୟ ସ୍ତରରେ ଗୋଲ୍ଡ ମେଡାଲ ହାସଲ କରିଥିବା ଯୁବକ କାଶୀନାଥ ସେଠୀ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ଗାଁ ସମସ୍ୟାକୁ ଦୂର କରିବା ପାଇଁ ସେ ରାଜନୀତିରେ ପାଦ ଥାପିଥିବା କହିଛନ୍ତି ।

 

  • ଯାଜପୁର ବିଞ୍ଝାରପୁର ଉତ୍ତରକୂଳ ପଞ୍ଚାୟତରେ ଜଣେ ଗର୍ଭବତୀ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ସେ ମଧ୍ୟ ପ୍ରଚାର ଚଳାଇଛନ୍ତି । ମହିଳା ସରପଞ୍ଚ ପ୍ରାର୍ଥୀ ପ୍ରୀତିକ୍ରିଷ୍ଣା ୫ ମାସର ଗର୍ଭବତୀ ଥିବା ବେଳେ ବିଶ୍ରାମ ନ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

 

  • ପୁରୀ କାକଟପୁର ସୁହାଗପୁର ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ଜଣେ ପଣ୍ଡିତ । ସୁହାଗପୁର ଗାଁର ପଣ୍ଡିତ ଚିତ୍ତରଂଜନ ମିଶ୍ର ଏବେ ପୂଜା ପାଠ ଛାଡ଼ି ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ।