Advertisment

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା

ଏବେ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା। ବାରମ୍ବାର ନିର୍ବାଚନରେ ବିଜୟ ହୋଇ ରାଜଗାଦିରେ ବସୁଛନ୍ତି ନାୟକ ପରିବାର...ଏବେ ପୁଣି ୬୬ ବର୍ଷୀୟ ଅରୁଣ ନାୟକ। କହୁଛନ୍ତି ନବୀନ ବାବୁ ଏତେ ବୟସରେ ରାଜନୀତି କରୁଛନ୍ତି ମୁଁ କାହିଁକି କରିପାରିବିନି…

author-image
Sarbeswar
ଅଦ୍ୟତନ ହୋଇଛି
Political Journey Of Over 55 Years

Political Journey Of Over 55 Years

କଥାରେ ଅଛି ରାଜନୀତି ଓ ପାୱାର ଏମିତି ଏକ ନିଶା ଯାହା ଥରେ ମିଳିଲେ ବାରମ୍ବାର ନେବା ପାଇଁ ଇଚ୍ଛାହୁଏ। ଆଉ ଥରେ ଯିଏ ପାୱାର କରିଡରରେ ରାଜ କରେ ସିଏ ସବୁଦିନ ତାହାକୁ ଉପଭୋଗ କରିବାକୁ ଇଚ୍ଛା କରେ। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୫୫ ବର୍ଷ ହେଲାଣି କେଲୁଆପଲ୍ଲୀ ପଂଚାୟତରେ ନାୟକ ପରିବାରର ରହିଛି ଦବଦବା। ୧୯୫୫ ମସିହାରୁ ରାଜନୀତିରେ ସକ୍ରିୟ ଅଛି ପୂରା ଫ୍ୟାମିଲି। ବୟସ ୬୬। ଥରେ ହାର୍ଟର ବାଇପାସ୍ ସର୍ଜରୀ ବି ହେଲାଣି। କିନ୍ତୁ ଥକିନାହାନ୍ତି । ସେ ତାଙ୍କ ଆଦର୍ଶ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୁହନ୍ତି ନବୀନ ବାବୁ ୮୦ବର୍ଷ ବସୟରେ ବି ରାଜନୀତି କରୁଥିବା ବେଳେ ସେ ୬୬ବର୍ଷରେ ରାଜନୀତିରେ ପାଦ ଥାପିଥିବା କହିଛନ୍ତି।

Advertisment

ତେବେ ଏହି ବୟସରେ ଗ୍ରାମପଞ୍ଚାୟତର ସରପଞ୍ଚ ପାଇଁ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି ଅରୁଣ ନାୟକ। ତେବେ ପାରିବାରିକ ଜଞ୍ଜାଳରୁ ମୁକ୍ତ ହେବା ପରେ ଏବେ ଗାଁବାସୀଙ୍କ ଜଞ୍ଜାଳ ବୁଝିବାକୁ ମଇଦାନରେ ଅରୁଣ। ପୂର୍ବରୁ ସେ ପରୋକ୍ଷରେ ରାଜନୀତିରେ ଥିବା ବେଳେ ତାଙ୍କ ପରିବାରକୁ ରାଜନୀତି ମଇଦାନରେ ଜିତାପଟ କରାଇ ଆସିଛନ୍ତି। ଏଥର ସେ ପ୍ରତ୍ୟକ୍ଷ ଭାବେ ନିଜେ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛନ୍ତି। ସକାଳ ୪ଟାରୁ ଉଠି ଡୋର ଟୁ ଡୋର ବୁଲି ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଅନ୍ୟପକ୍ଷରେ ଅରୁଣଙ୍କ ବାପା ଗଙ୍ଗାଧର ନାୟକ ହେଉଛନ୍ତି କେଲୁଆ ପଲ୍ଲୀ ପଞ୍ଚାୟତର ପ୍ରଥମ ସରପଞ୍ଚ। ୧୯୫୫ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହେବା ବର୍ଷ ଠାରୁ ୧୦ବର୍ଷ ଯାଏଁ ସେ ରହିଥିଲେ ଗାଁର ସରପଞ୍ଚ।

ଏହା ପରଠାରୁ ତାଙ୍କ ପରିବାରର ରହିଛି ଗାଁରେ ଦବଦବା। ବାପା ଗଙ୍ଗାଧର ଅରୁଣଙ୍କ ଭାଇ ବୋହୂ ୨୦୦୨ରୁ ୦୭ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବ୍ଲକ ଅଧ୍ୟକ୍ଷା, ୧୯୯୭ରୁ ୦୨ ଭାଇ ଅନୁଜ, ୨୦୧୭ରୁ ୨୨ ଭାଇବୋହୁ ବିଷ୍ଣୁପ୍ରିୟା ନାୟକ ରାଜନୀତିରେ ରହି ଆସିଛନ୍ତି। ତେବେ ସ୍ଥାନୀୟ ଅଂଚଳରେ ପରିବାରର ଦବଦବା ଯୋଗୁଁ ପ୍ରାଥମିକ ଚିକିତ୍ସାଳୟ ଓ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଛି। କେବଳ ଏତିକି ନୁହେଁ ଏଥର ଜିତିଲେ ଗାଁରେ ଯୁକ୍ତଦୁଇ କଲେଜ୍‌ଠୁ ଆରମ୍ଭ କରି ଅନେକ କାମ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ବଡ଼ ଭାଇଙ୍କୁ ସାହାଯ୍ୟ କରୁଛନ୍ତି ସାନଭାଇ ଅନୁଜ ନାୟକ।

Advertisment
Odisha Panchayat Elections Candidates In Limelight
Advertisment
Advertisment