• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜିଲ୍ଲାର ପ୍ରାର୍ଥୀ ହୋଇଛନ୍ତି କିନ୍ନର । ଲୋକଙ୍କ ସୁଖ ଦୁଃଖର ସାଥିରେ ହେବା ପାଇଁ ଅଞ୍ଚଳର ବିକାଶ ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି କିନ୍ନର । ତେବେ ନିଜେ ଅନେକ ସୁବିଧା ଓ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳ ଅନେକ କ୍ଷେତ୍ରରେ ସାଧାରଣ ଲୋକ ଓ ଘର ଲୋକଙ୍କ ନିକଟରେ ଅଲୋଡା ହୋଇଯାଆନ୍ତି । କିନ୍ତୁ ସେ ସବୁ ଆଲୋଚନା ଓ ସମାଲୋଚନାକୁ ପଛରେ ପକାଇ ଏଥର ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ଜଣେ କିନ୍ନର ଓ ତାଙ୍କ ପାଇଁ ଏବେ ପ୍ରଚାର କରୁଛନ୍ତି କିନ୍ନର ।

କିନ୍ନର , କିନ୍ତୁ ସେ ବି ଜଣେ ମଣିଷ । ଲୋକଙ୍କ ଗହଣରେ ରହିବା ସହ ସାଧାରଣ ଜୀବନଯାପନ ପାଇଁ ଏମାନେ ମଧ୍ୟ ଇଚ୍ଛୁକ । ଅନେକ ସମୟରେ ଟାହିଟାପରାର ଶିକାର ହୁଅନ୍ତି । କିନ୍ତୁ ଏବେ ଏହି କିନ୍ନର ମାନେ ମଧ୍ୟ ସ୍ୱାବଲମ୍ବୀ ହେଲେଣି ଓ ଆତ୍ମନିର୍ଭରଶୀଳ ହୋଇ ସାଧାରଣ ଜୀବନ ଯାପନ ମଧ୍ୟ କଲେଣି । ଆଉ ଏବେ ନିର୍ବାଚନ ରେ ମଧ୍ୟ ପ୍ରାର୍ଥୀ ହେଲେଣି କିନ୍ନର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ୨୪ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଛନ୍ତି ଲୋଟନ ସେଠୀ ଓରଫ ସ୍ୱପ୍ନା କିନ୍ନର । ସେ ଏଥର ଆମ ଆଦମୀ ପାର୍ଟିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି  ।

ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଏଥର ନିର୍ବାଚନକୁ ଆସିଥିବା କହିଛନ୍ତି । ତାଙ୍କ ପାଇଁ ଏଥର ପ୍ରଚାର କରୁଛନ୍ତି ଭଦ୍ରକ କିନ୍ନର ସଂଘର ସଦସ୍ୟ । ଲୋଟନଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ବୁଲୁଛନ୍ତି କିନ୍ନର ମାନେ ଓ ଲୋକଙ୍କୁ ଭୋଟ ମାଗୁଛନ୍ତି । ଆଉ ସାଧାରଣ ପ୍ରାର୍ଥୀଙ୍କ ଭଳି ଜଣେ ତୃତୀୟ ଲିଙ୍ଗୀ ବା କିନ୍ନର ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରିପାରିବେ ବୋଲି ମଧ୍ୟ କହିଛନ୍ତି ।