ରୋଗ ପାଇଁ ଚୋର ପାଲଟିଗଲେ, ଧରାପଡ଼ିବା ପରେ ପୋଲିସ୍ ଆଗରେ ଦୁଃଖ ବଖାଣିଲା ଅପରାଧୀ ।
ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ ।
ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।
ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି ।
ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ।
ବିବାହ କରିବାକୁ କହି ଯୁବକଙ୍କୁ ପ୍ରତାରଣା । ଅଜଣା ସମ୍ପର୍କରୁ ପ୍ରେମ ତାପରେ ବିବାହ ପ୍ରସ୍ତାବ ନିମନ୍ତ୍ରଣ କାର୍ଡ ଛପାଇ ବିବାହ ଠିକ୍ ବି ହୋଇଗଲା ଆଉ ତା ପରେ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ଛୁ ।
ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି ।
ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ ।
ଲୁଟ୍ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ ।
ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମ୍ରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନଙ୍କୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା ।
ଦ୍ୱିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବା ପରେ ଏବେ ଯୋଗୀ ସରକାରଙ୍କ ଟାର୍ଗେଟ୍ରେ ଅପରାଧୀ। ଅପରାଧୀଙ୍କୁ ଧରିବା ଲାଗି ପୋଲିସ୍ ପ୍ରଶାସନ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇ ଥିବାବେଳେ ଅପରାଧୀମାନେ ମଧ୍ୟ ଏନ୍କାଉଣ୍ଟର ଭୟରେ ପୋଲିସ୍ ନିକଟରେ ସରେଣ୍ଡର(ଆତ୍ମସମର୍ପଣ) କରୁଥିବା ସୂଚନା ମିଳିଛି।
ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।
୩୨ କେଜି ସୁନାର କଳା କାରବାର ପାଇଁ ଗଳାବାଟ ବାଛି ହରଡ଼ଘଣାରେ ମୁମ୍ବାଇର ସୁନା ବ୍ୟବସାୟୀ । ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଛନ୍ତି ଏକ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ ।
ପୋଲିସ୍ ନକଲି, ହେଲେ ଲୁଟ୍ ଅସଲି। ନିଜକୁ ମିଛରେ ସ୍ପେଶାଲ୍ ସ୍କ୍ୱାଡ୍ ଷ୍ଟାଫ୍ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଆଉ ଚୋରି କରିବେନି ବୋଲି ଶପଥ ନେଇଥିଲେ। ହେଲେ ଶପଥ ଭାଙ୍ଗି ପୁଣି ଚୋରି କଲେ। ଆଉ ସବୁଥର ଭଳି ଏଥର ମଧ୍ୟ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଅଟୋରେ ଆସି ଘରେ ପଶି ଚତୁରତା ସହକାରେ ବୁଲେଟ୍ ନେଇ ପଳାଇଲେ ଲୁଟେରା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।
କ୍ଲେମ୍ କମିଶନ ତଥା ଅବସରପ୍ରାପ୍ତ IAS ଅଫିସରଙ୍କ ଜାଲ୍ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଠକ ବନ୍ଧା ହୋଇଛନ୍ତି।
ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।
ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି।
ରାଜଧାନୀବାସୀଙ୍କ ନିଦ ହଜାଇଲେଣି ଲୁଟେରା। ସ୍ମାର୍ଟସିଟିରେ ରାତି ଅନ୍ଧାରରେ ନୁହଁ, ଭିନ୍ନ ତରିକା ଆପଣାଇ ଦିନ ଦିପହରେ ଲୋକଙ୍କୁ ଲୁଟୁଛନ୍ତି। ଗଲା କିଛି ଦିନ ଧରି ସହରରେ ଏଭଳି ଲୁଟ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ଘଟଣା।
ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କ ଲୁଟ୍ କରୁଥିଲେ ଦୁର୍ବୃତ୍ତ । ଏବେ ପଡ଼ିଲେ ପୋଲିସ୍ ପଞ୍ଛାରେ ।
୩ ଜଣ ଦୁର୍ବୃତ୍ତ ଏକ ପଲ୍ସର୍ ବାଇକ୍ରେ ଆସି ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଜଙ୍କିଆ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନ୍ଭିନ୍ କରୁଛି ।
ବୃଦ୍ଧ ଦମ୍ପତିଙ୍କୁ ଠକିଲେ ଭଡ଼ାଟିଆ । ଟଙ୍କା ଦୂର କରିବାର ବାହାନା ଦେଖାଇ ଟଙ୍କା ଲୁଟିନେଲେ ।
ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍ ଜଣେ ମହିଳାଙ୍କ ହାତରୁ ଫୋନ୍ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।