Advertisment

ବିହାରୀ ଲୁଟେରା ଲୁଟିନେଲେ ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର

କମ୍ପାନୀକୁ ଚୂନ ମାରିଦେଲେ ଲୁଟେରା। ଦୁଇ ଦିନରେ ଲୁଟ୍ ହୋଇଗଲା ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର। ଟାୱାର ଖୋଲାହେଲା ପିକ୍‌ଅପ୍‌ରେ ଲୋଡ୍ ହେଲା, ହେଲେ ଜାଣିପାରିଲେ ନାହିଁ କେହି।

author-image
Pramod Behera
ଅଦ୍ୟତନ ହୋଇଛି
Patna Mobile Tower Theft

Patna thieves stolen mobile tower from main town at patna

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ହୁଏତ ଲୁହା ବ୍ରିଜ୍ ଚୋରି, ରେଳ ଇଞ୍ଜିନ୍ ଚୋରି ଖବର ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅନନ୍ୟ ଚୋରି ବିଷୟରେ କହୁଛୁ ଯାହା ଏ ସମସ୍ତ ଘଟଣାକୁ ଟପିଯାଇଛି। ଏହି ଚୋରି ବିହାରର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି।

Advertisment

ଆପଣ ନିଶ୍ଚିତ ସବୁଠାରୁ ବଡ ଠକ ନଟବରଲାଲର ନାଁ ଶୁଣିଥିବେ ଆଉ ଏହା ଉପରେ ନିର୍ମିତ ଫିଲ୍ମ ମଧ୍ୟ ଦେଖିଥିବେ। ଏଠି କିନ୍ତୁ ଲୁଟେରାମାନେ ନଟବରଲାଲଙ୍କୁ ଟପି ଯାଇଛନ୍ତି। ଗର୍ଦନିବାଗ ପୋଲିସ ଷ୍ଟେସନରେ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ଏକ ମାମଲା ରୁଜୁ ହେବା ପରେ ଟାୱାର ଚୋରିର ଏକ ଘଟଣା ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ଚୋରିର ନୂଆ ଷ୍ଟାଇଲ୍‌ ! ଖବରକାଗଜ ଖଣ୍ଡେ ଫିଙ୍ଗି ପୁରା ଘରେ କଳାକନା ବୁଲାଇଦେଲେ

Advertisment

ଏହି ଘଟଣା ଗର୍ଦନିବାଗ ପୋଲିସ ଷ୍ଟେସନ ଅଧୀନରେ ଥିବା ୟାରପୁର ରାଜପୁତନାରେ ହୋଇଛି। ଲୁଟେରାମାନେ ମୋବାଇଲ୍ ଟାୱାର କମ୍ପାନୀର କର୍ମଚାରୀ ବୋଲି ଦର୍ଶାଇ ଟାୱାର ଖୋଲିବା ଆରମ୍ଭ କରିଥିଲେ। ଦୁଇ ଦିନରେ ୧୯ ଲକ୍ଷ ଟଙ୍କାର ଟାୱାର ଖୋଲି ପିକଅପ୍‌ରେ ଲୋଡ୍ କରି ଫେରାର ହୋଇଯାଇଥିଲେ।

ଯେତେବେଳେ ଜମି ମାଲିକ ବକେୟା ଭଡା ମାଗିଲେ, ସେ କହିଥିଲେ ଯେ କମ୍ପାନୀ ବନ୍ଦ ହୋଇଯାଇଛି ଏବଂ ଟାୱାରର ସ୍କ୍ରାପ୍ ବିକ୍ରୟ କରି ଆପଣଙ୍କ ଟଙ୍କା ଫେରସ୍ତ ହେବ। ପାଟନା ପୋଲିସର ସୂଚନାନୁସାରେ, ପୋଲିସ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରିଛି। ଲୁଟ୍ ହୋଇଥିବା ଟାୱାରକୁ ଏୟାର୍‌ସେଲ୍‌ କମ୍ପାନୀର ବୋଲି କୁହାଯାଉଛି।

ନିକଟରେ ଲୁଟେରାମାନେ ବିହାରର ବେଗୁସରାଇ ଜିଲ୍ଲାର ଏକ ରେଳ ପ୍ରାଙ୍ଗଣରୁ ସମ୍ପୂର୍ଣ୍ଣ ଡିଜେଲ ଇଞ୍ଜିନ ଚୋରି କରିନେଇଥିଲେ। ସେମାନେ ଏକ ଟନେଲ ଖୋଳି ମରାମତି ପାଇଁ ସେଠାରେ ଅଣାଯାଇଥିବା ଇଞ୍ଜିନରୁ କିଛି କିଛି ଅଂଶ ନେଇବା ଆରମ୍ଭ କରିଥିଲେ। ଶେଷରେ, ସମଗ୍ର ଇଞ୍ଜିନ୍‌କୁ ଲୁଟି ନେଇଥିଲେ।

ଏହାପୂର୍ବରୁ ୨୦୨୨ ମସିହା ଏପ୍ରିଲ ମାସରେ ରୋହତାସରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଲୁଟେରାମାନେ ଜଳସେଚନ ବିଭାଗର ଲୁହା ବ୍ରିଜ୍‌ ଚୋରି କରି ଫେରାର ହୋଇ ଯାଇଥିଲେ। ବର୍ତ୍ତମାନର ମୋବାଇଲ୍ ଟାୱାର ବିଷୟରେ କୁହିଲେ ଏହି ମୋବାଇଲ୍ ଟାୱାର ବଦ୍ରିନାଥ ସିଂହଙ୍କ ପତ୍ନୀ ମଧୁମତି ଦେବୀଙ୍କ ନାମରେ ଥିଲା। ବଦ୍ରିନାରାୟଣଙ୍କର ଦେହାନ୍ତ ହୋଇଛି।

ଯେତେବେଳେ ମଧୁମତିଙ୍କ ପୁଅ ବିନୋଦ ସିଂହ ଟାୱାର ଖୋଲିବାକୁ ଆସିଥିବା ଲୋକଙ୍କୁ ପଚାରିଲେ, ସେମାନେ କହିଥିଲେ ଯେ ସେମାନେ କମ୍ପାନୀର କର୍ମଚାରୀ। ଏହି ଟାୱାର ବର୍ତ୍ତମାନ କାମ କରୁନାହିଁ, ତେଣୁ ଏହାକୁ ଉଠାଯାଉଛି। ଯେତେବେଳେ କମ୍ପାନୀର ପ୍ରକୃତ ଅଧିକାରୀମାନେ ସେଠାରେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ସେଠାରେ ଟାୱାର ନାହିଁ। ପଚରାଉଚରା ବେଳେ ବିନୋଦ ସେମାନଙ୍କୁ କହିଥିଲେ ଯେ କମ୍ପାନୀର କର୍ମଚାରୀମାନେ ଆସିଥିଲେ ଆଉ ମୋବାଇଲ୍ ଟାୱାର ଖୋଲି ନେଇଯାଇଥିଲେ।

ଜମି ମାଲିକଙ୍କ କହିବାନୁସାରେ, ଗତ ୫ ବର୍ଷ ଧରି ମୋବାଇଲ୍ ଟାୱାରର ଭଡା ତାଙ୍କୁ ମିଳି ନାହିଁ। ୧୫ ବର୍ଷ ପୂର୍ବେ ଏୟାରସେଲର ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଜମି ବାବଦକୁ ପ୍ରତି ମାସରେ ୧୦ ହଜାର ଭଡା ଦିଆଯିବ ବୋଲି ସ୍ଥିର କରାଯାଇଥିଲା।

ଯେତେବେଳେ ଏୟାରସେଲ ବନ୍ଦ ହୋଇଗଲା, କମ୍ପାନୀ ଏହାକୁ GTL କୁ ହସ୍ତାନ୍ତର କଲା। ଜିଟିଏଲର ଲୋକମାନେ ଜମି ମାଲିକଙ୍କୁ ଏ ବିଷୟରେ କେବେ ବି ଜଣାଇ ନଥିଲେ। ଭଡା ବାବଦକୁ କମ୍ପାନୀର ପ୍ରାୟ ୭ ଲକ୍ଷ ଟଙ୍କା ଜମି ମାଲିକଙ୍କ ବାକି ଅଛି। ଏନେଇ ଜମି ମାଲିକ ମଧ୍ୟ କମ୍ପାନୀକୁ ୩ ଥର ଲିଗାଲ୍ ନୋଟିସ୍ ଦେଇଛନ୍ତି।

Loot Mobile Tower
Advertisment
Advertisment