ମୁମ୍ବାଇର ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ଜଣେ ୬୪ ବର୍ଷିୟ ଚାଇନିଜ୍ ବ୍ୟବସାୟୀ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ନିଜେ ଏହି ଅଭିଯୋଗ କରିଥିଲେ।
ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ।
ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଲୁଟିଲେ । ସିସିଟିଭିରେ କଏଦ୍ ଚୋରି କରି ଖସି ପଳାଉଥିବାର ଦୃଶ୍ୟ ।
ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ ।
ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍ଙ୍କ ପରିବାର ହୋଇଛନ୍ତି ଲୁଟ୍ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି।
IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାପଡ଼ିଛି।
ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍ । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।
ମିଛରେ କଷ୍ଟମ ଅଧିକାରୀ କହି ଲୁଟି ନେଲେ ୪ ଲକ୍ଷରୁ ଅଧିକ ଟଙ୍କା। ତା’ବି ପୁଣି ଜଣେ ଶ୍ରମିକଙ୍କ ଠାରୁ।
ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।
ଡେଲିଭରି ଏଜେଣ୍ଟଙ୍କ ଠାରୁ ଛଡାଇ ନେଲେ ୨ ଲକ୍ଷ ଟଙ୍କା...ସିସିଟିଭିରେ କଏଦ ଲୁଟ୍ ବେଳର ଦୃଶ୍ୟ...
ନାଗା ବାବା ଲୁଟି ନେଲେ ସୁନା । ଅଭିଯୁକ୍ତ ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ।
ଚୋରି କରିବା ପାଇଁ ଟ୍ରେନ୍ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।
ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’ ।
ଡକାୟତି ଗ୍ୟାଙ୍ଗରେ ପୋଲିସ୍ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟି ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ୍କୁ ସଫଳତା ମିଳିଛି।
ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ମଲ୍ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍ କରିଥାନ୍ତି।
ମହିଳା ଜଣକ ଏକାକୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରାମାନେ କାର୍ରେ ଆସି ତାଙ୍କ ବେକରୁ ଚେନ୍ ଟାଣି ଏହାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।
ହାଇୱେ ପାଖ ଗହଣା ଦୋକାନ ଓ ବ୍ୟାଙ୍କ ଲଟପାଟକୁ ନେଇ ବଢ଼ିଲା ଚିନ୍ତା
୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।
ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।
ଏକ ରାପିଡୋ ବାଇକ୍ ବୁକ୍ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍ ବିଚ୍ ରାସ୍ତାରେ ବାଇକ୍ରୁ ଡେଇଁ ପଡ଼ିଲେ ।
ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ ଚୋରକୁ କେବେ ଧରିବେ, ସେନେଇ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ।
ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟରଙ୍କ ଅଫିସ୍ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।