ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି ।
ରାଜଧାନୀରେ ପୁଣି କଳାକନା ବୁଲାଇଲେ ଚୋର...ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି...କପିଳପ୍ରସାଦ କେଳୁଚରଣ ଲେନ୍- ୫ର ଧ୍ରୁବ ପାତ୍ରଙ୍କ ଘରୁ ଚୋରି ।
ଗୁଳି କରି କାରରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଟୋଲ ଗେଟ୍ ନିକଟରେ କାରକୁ ଗୁଳିକରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୪ଜଣ ଦୁର୍ବୃତ୍ତ ୧୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ସମ୍ବଲପୁରରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଧନୁପାଲି ଛକରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବତ୍ତ ।
ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନରୁ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୭ରୁ ୮ ଜଣ ମୁଖାପିନ୍ଧା ଡକାୟତ ।
ରାତି ପ୍ରାୟ ୨ଟା ବେଳେ କର୍ମଚାରୀମାନେ କୁକୁଡା ଚୋରି କରି ନେଉଥିବା ସିସିଟିଭିରେ ରେକର୍ଡ ହୋଇଛି। ଏହାପରେ ସେମାନେ ରାସ୍ତା କଡରେ ଚିକେନ ବିକ୍ରି ମଧ୍ୟ କରିଥିଲେ।
ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ ।
ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ ।
ରାଜଧାନୀରେ ବାହାଘର ମଣ୍ଡପରେ ମାତିଲେ ଲୁଟେରା । ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଗଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ।
ସୁନ୍ଦରଗଡ଼ ରାଇକେଲାରେ ବଡ ଧରଣର ଲୁଟ୍ ହୋଇଛି । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ମନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ । ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ ଅଳଙ୍କାର । ଟାର୍ଗେଟରେ ଥିଲା କଟକ ସହରର ବିଭିନ୍ନ ମନ୍ଦିର । କଟକ ମଧୁପାଟଣା ଥାନା ଦରଖାପାଟଣା ମନ୍ଦିରରୁ ଲୁଟ କରିଥିଲେ ଶ୍ୱଶୁର-ଜ୍ୱାଇଁ ।
ସାହାରା ଓଭରବ୍ରିଜ୍ ତଳୁ ସତ୍ୟେନ୍ଦ୍ର ସିଂ ଶେଖାୱତକୁ ଗିରଫ କରାଯାଇଥିଲା। ତା’ ନିକଟରୁ ନଗଦ ୨.୪୭ ଲକ୍ଷ ଟଙ୍କା, ମହିନ୍ଦ୍ରା ସ୍କର୍ପିଓ, ୧୧ଟି କାରର ଇଲୋକ୍ଟ୍ରୋନିକ୍ ଚାବି ଓ ନକଲି ନମ୍ବର ପ୍ଲେଟ୍ ଆଦି ଜବତ କରାଯାଇଛି।
ଟଙ୍କା ଡିଲ୍ ବେଳେ କନେଷ୍ଟବଳ ତନୁଜ ସାବତ ୬୦ ଲକ୍ଷ ଟଙ୍କା ନଦେଇ ୩୦ ଲକ୍ଷ ଟଙ୍କା ଝାଂପି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।
ଚନ୍ଦକା, ଇନ୍ଫୋସିଟ, ଭରତପୁର, ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି।
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ପୋଲିସ ପାରିଲାନି...ଲୋକେ ପାରିବେ ! ରାଜଧାନୀରେ ଲାଗିଲା ଆପାର୍ଟମେଣ୍ଟ ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର । ବସ୍ ବେ' ରେ, ଇଲେକ୍କ୍ରି ଖୁଣ୍ଟରେ, କାନ୍ଥରେ, ବାଡ଼ରେ।
ଧରାପଡ଼ିଲେ କାର୍ ସ୍ମାମର ମାଷ୍ଟରମାଇଣ୍ଡ୍ ବଣ୍ଟି ଔର୍ ବବଲି ଯୋଡ଼ି। ଶତାଧିକ ଲୋକଙ୍କୁ ଚୂନ ଲଗାଇ ୪୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଏହି ଦଂପତି ।
ରିହାତିରେ କାର୍। ଡିସକାଉଣ୍ଟରେ ବ୍ରାଣ୍ଡ୍ ନ୍ୟୁ। ୧୮ ଲକ୍ଷର କାର୍ ମାତ୍ର ୯ ଲକ୍ଷରେ। ବାସ୍ ଏମିତି କିଛି ବିଜ୍ଞାପନ, ଏମିତି କିଛି ପ୍ରଚାର କରି ଏହି ଦମ୍ପତି ଠକି ନେଇଛନ୍ତି ୪୦ କୋଟି।
ଗତକାଲି ବିଳମ୍ବିତ ରାତିରେ ମଦନମୋହନ ମନ୍ଦିରରୁ ଦାନ ବାକ୍ସ ଚୋରାଇ ନେଲେ ଦୁର୍ବୃତ୍ତ….
ଅନ୍ଲାଇନ୍ କିଣାବିକା ପ୍ଲାଟ୍ଫର୍ମ OLX ରେ ବିଜ୍ଞାପନ ପୋଷ୍ଟ୍ କରି ଏକ ପୁରୁଣା ବେଡ୍ ବିକ୍ରୟ କରିବାକୁ ଚେଷ୍ଟା କରି ଜଣେ ଇଞ୍ଜିନିୟର ୬୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁ ସହରରେ ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ହୋଇଥିବା ଏହା ହେଉଛି ସବୁଠାରୁ ବଡ ଟଙ୍କା।
ଚୋରଙ୍କ ଚରାଭୂଇଁ ପାଲଟିଛି କି ରାଜଧାନୀ । କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ ପରେ ଲୁଟ୍ କରିଚାଲିଛନ୍ତି ଲୁଟେରା । ଆଉ ଟାର୍ଗେଟରେ ରହିଛି ଭୁବନେଶ୍ୱରର ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟ ।
ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମୁହଁରେ ରାଗ ଆଉ ଆକ୍ରୋଶ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ସେମାନଙ୍କ ଧନ ଆଉ ଜୀବନକୁ କିଏ ଦେବ ସୁରକ୍ଷା ?
ଏକାଧିକ ଲୁଟ୍ ମାମଲାରେ ଲୁଟେରା ସିସିଟିଭି ନଜରକୁ ଆସିଥିଲେ ବି ପୋଲିସ୍ କିନ୍ତୁ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।
ରବିବାର ରାତିରେ ଲୁଟେରାଙ୍କ ନିଶାନା ପାଲଟିଛି ଲିଙ୍ଗରାଜ ଥାନା ଅଞ୍ଚଳ। ସ୍ଥାନୀୟ ହାଟସାହିର SBI ATMରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୁରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚଂପଟ୍ ମାରିଥିଲେ ଲୁଟେରା। ସିସିଟିଭିରୁ ବର୍ତ୍ତିବା ପାଇଁ ତା ଉପରେ କିଛି ଲିକୁଇଡ୍ ସ୍ପ୍ରେ କରିଥିଲେ।
ସିସିଟିଭି ଉପରେ ସ୍ପ୍ରେ ମାରି ଚକମା ଦେଲେ ଲୁଟେରା । ଲୁଟେରାଙ୍କ ଉତ୍ପାତରେ ନାକେଦମ୍ ରାଜଧାନୀବାସୀ ।