Advertisment

୪୦ ଟଙ୍କା ପାଇଁ ହାତରୁ ଚାଲିଗଲା ୪ କୋଟି ଟଙ୍କା, ଧରା ପକାଇଦେଲା ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ...

କଥାରେ ଅଛି, ଅପରାଧୀ ଯେତେ ହୁସିଆର ହେଲେ ବି ଗୋଟିଏ ଭୁଲ୍‌ ଧରାପକାଇ ଦେଇଥାଏ। ଦିଲ୍ଲୀର ପାହାଡ଼ଗଞ୍ଜ ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଲୁଟ୍‌ କରିଥିବା ଲୁଟେରାଙ୍କ ସହ ଏପରି କିଛି ଘଟିଛି। ୪ କୋଟି ଟଙ୍କାର ସୁନା ଅଳଙ୍କାର ସିନା ସେ ଲୁଟ୍‌ କରିଦେଲେ ମାତ୍ର ୪୦ ଟଙ୍କା ପାଇଁ ପୁରା ଫସିଗଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Loot In Delhi

Loot In Delhi

ପୁରା ପ୍ଲାନିଂରେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ସିନା ଲୁଟ୍‌ କରିଦେଲେ, ହେଲେ ପାଖରେ ନଥିଲା ମାତ୍ର ୪୦ ଟଙ୍କା। ଶେଷରେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ବେଳେ ଧରାପଡ଼ିଗଲା ସବୁ ଚାଲାକି। କଥାରେ ଅଛି, ଅପରାଧୀ ଯେତେ ହୁସିଆର ହେଲେ ବି ଗୋଟିଏ ଭୁଲ୍‌ ଧରାପକାଇ ଦେଇଥାଏ। ଦିଲ୍ଲୀର ପାହାଡ଼ଗଞ୍ଜ ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଲୁଟ୍‌ କରିଥିବା ଲୁଟେରାଙ୍କ ସହ ଏପରି କିଛି ଘଟିଛି। ୪ କୋଟି ଟଙ୍କାର ସୁନା ଅଳଙ୍କାର ସିନା ସେ ଲୁଟ୍‌ କରିଦେଲେ ମାତ୍ର ୪୦ ଟଙ୍କା ପାଇଁ ପୁରା ଫସିଗଲେ। 

Advertisment

୪ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ୍‌ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ୪୦ ଟଙ୍କା ନଥିଲା। ଏଥିପାଇଁ ବ୍ୟକ୍ତି ଜଣକ କ୍ୟାବ୍‌ ଡ୍ରାଇଭରଙ୍କୁ ପେଟିଏମ୍‌ କରି ୪୦ ଟଙ୍କା କ୍ୟାଶ୍‌ ନେଇଥିଲେ। ଆଉ ଏହି ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ମାଧ୍ୟମରେ ପୋଲିସ୍‌ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା। ଏହି ଘଟଣାରେ ପୋଲିସ୍‌ ରାଜସ୍ଥାନରୁ ୩ ଜଣଙ୍କୁ ଗିରଫ କରିଛି। ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରୁ ୨ କୋଟି ଟଙ୍କାର ଗହଣା ଜବତ କରିଛି।

ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖ ଭୋର୍ ସାଢ଼େ ୪ଟାରେ ଅଭିଯୁକ୍ତମାନେ କୋରିୟର୍‌ କମ୍ପାନୀର କର୍ମଚାରୀଙ୍କ ଠାରୁ ପାଖାପାଖି ୪ କୋଟି ଟଙ୍କାର ଜୁଏଲାରୀ ଲୁଟିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ମାମଲାରେ FIR ରୁଜୁ କରି ପୋଲିସ୍‌ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଲୁଟ୍‌ ହୋଇଥିବା ସ୍ଥାନର ଆଖପାଖ ଅଞ୍ଚଳରେ ପାଖାପାଖି ୨୦୦ ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା।

Advertisment

ସିସିଟିଭି ଫୁଟେଜ ଯାଞ୍ଚ ବେଳେ ପୋଲିସ୍‌ ଜାଣିବାକୁ ପାଇଥିଲା, ଲୁଟ୍‌ ପୂର୍ବରୁ ଅଭିଯୁକ୍ତ ଉକ୍ତ ଅଞ୍ଚଳରେ ୧ ସପ୍ତାହ ହେବ ରେକି କରିଥିଲା। ଅଭିଯୁକ୍ତ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ସହ କଥା ହେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ଗାଡ଼ି ନମ୍ବର ସହାୟତାରେ ପୋଲିସ୍‌ ଡ୍ରାଇଭରଙ୍କ ପାଖରେ ପହଞ୍ଚିଥିଲା। ଏହି ସମୟରେ କ୍ୟାବ୍‌ ଡ୍ରାଇଭର ପୋଲିସ୍‌ ଆଗରେ ପୁରା ଘଟଣାକ୍ରମ କହିଥିଲେ। ଚା’ ଦୋକାନୀକୁ ଟଙ୍କା ଦେବା ପାଇଁ ପାଖରେ ଟଙ୍କା ନଥିବାରୁ ତାଙ୍କଠୁ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍ସନ କରି କ୍ୟାଶ୍‌ ଦେବା ପାଇଁ ତାଙ୍କୁ କହିଥିଲେ ବୋଲି ଡ୍ରାଇଭର କହିଛନ୍ତି। ଏଥିପାଇଁ ପେଟିଏମ୍‌ରେ ୪୦ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିଲା। ଆଉ ଏହି ୪୦ ଟଙ୍କା ଯୋଗୁ ଧରାପଡ଼ି ଯାଇଥିଲେ। 

ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନରୁ ପୋଲିସ୍‌ ଅଭିଯୁକ୍ତ ପାଖରେ ପହଞ୍ଚିବା ସହ ଜୟପୁରରୁ ୩ ଜଣଙ୍କୁ ଗିରଫ କରିଥିଲା। ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଜବତ କରିଛି। 

Loot
Advertisment
Advertisment