Advertisment

ପ୍ରଥମେ ମଦ ପିଆଇ ମାତାଲ୍‌ କଲେ; ପରେ ମହାନଦୀକୁ ଠେଲି ଦେଲେ, ଶେଷରେ...

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Loot In Paradeep

Robbers Push Truck Driver Into Mahanadi Flee With Vehicle

ଚୋରି ପାଇଁ ଦୁର୍ବୃତ୍ତମାନେ ଅନେକ ଉପାୟ ଆପଣାଇ ଥାନ୍ତି। ଏପରିକି ଜଣକର ଜୀବନ ନେବାକୁ ମଧ୍ୟ ପଛାଇ ନଥାନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ପାରାଦୀପରେ। ଡ୍ରାଇଭରକୁ ନଦୀକୁ ଠେଲି ଦୁର୍ବୃତ୍ତମାନେ ଟ୍ରକ୍‌ ଚୋରି କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ। ଏହି ଘଟଣାରେ ଅଭୟଚାନ୍ଦପୁର ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ଉତ୍ତରପ୍ରଦେଶର ସାହଦବ ଟ୍ରକ୍‌ରେ ମାଲ୍‌ ଆଣି ପାରାଦୀପ ଆସିଥିଲେ। ହୁକୁମ ସିଂ ଓ ହରପାଲ ସିଂ ନାମକ ୨ ଜଣ ବ୍ୟକ୍ତି ସାହଦବଙ୍କୁ ପ୍ରଚୁର ମଦ ପିଆଇ ଅଗଷ୍ଟ ୨୧ ତାରିଖ ରାତିରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଠେଲି ଦେଇଥିଲେ। ଏହାପରେ ସେମାନେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାର ଜଣେ ଢାବା ମାଲିକଙ୍କୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ। ହୁକୁମ ଓ ହରପାଲ୍‌ ଉତ୍ତରପ୍ରଦେଶର ହୋଇଥିବା ବେଳେ ଉଭୟ ଟ୍ରକ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି।

ଢାବା ମାଲିକ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଦେଉଳି ଡ୍ୟାମ ଜଙ୍ଗଲରେ ଟ୍ରକ୍‌କୁ ଲୁଚାଇ ରଖି କବାଡିଆକୁ ବିକ୍ରି ପାଇଁ ପ୍ଲାନ୍‌ କରୁଥିଲେ। ହେଲେ ଚାନ୍ଦୁଆ ପୋଲିସ୍‌ ଏହାର ସୁରାକ ପାଇ ଟ୍ରକ୍‌କୁ ଜବତ କରିଥିଲା। ଏହାସହ ଅଭୟଚାନ୍ଦପୁର ପୋଲିସ୍‌ ଏହି ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

Loot
Advertisment
Advertisment